ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ମମତା ବାନାର୍ଜୀ, ନନ୍ଦୀଗ୍ରାମରେ ତାଙ୍କ ଗୋଡ଼ ଦଳି ଦିଆଯାଇଥିବା ନେଇ ଆଣିଲେ ଅଭିଯୋଗ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସନ୍ଧ୍ୟାରେ ନନ୍ଦୀଗ୍ରାମରେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼କୁ ଜାଣିଶୁଣି ଦଳି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି କି, ଷଡ଼ଯନ୍ତ୍ର କରି ତାଙ୍କ ସହିତ ଏ ସବୁ କରାଯାଇଛି ଏବଂ ସେ ଏ ନେଇ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିବେ। ମମତା ବାନାର୍ଜୀଙ୍କୁ ବର୍ତ୍ତମାନ କୋଲକାତା ଅଣାଯାଉଛି।

ମମତା ବାନାର୍ଜୀ ଛାତି ଯନ୍ତ୍ରଣା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି। ସେ ଏକ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ତାଙ୍କ ସହିତ ଯେତେବେଳେ ଏ ସବୁ ଘଟିଥିଲା, ସେଠି କୌଣସି ସ୍ଥାନୀୟ ପୋଲିସ ଉପସ୍ଥିତ ନ ଥିଲେ। ତେବେ ପ୍ରଶ୍ନ ଉଠୁଛୁ କି, ସେହି ସମୟରେ ମମତା ବାନାର୍ଜୀଙ୍କ ସହିତ କାହିଁକି ସୁରକ୍ଷା କର୍ମୀ ନ ଥିଲେ।

କହି ରଖୁଛୁ, ବର୍ତ୍ତମାନ ମମତା ବାନାର୍ଜୀ ନିଜ ପୁରୁଣା ଗଡ଼ ଭବାନୀପୁର ଛାଡ଼ି ନନ୍ଦୀଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ସେପଟେ ଭାଜପା ମମତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.