କଟକ: ଟାଙ୍ଗୀ ଅଞ୍ଚଳର ରସାନନ୍ଦ ସାହୁଙ୍କ ଠାରୁ ୨୨ଖଣ୍ଡ ଚନ୍ଦନ କାଠ ଜବତ, ଆନୂମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ

କଟକ(କେନ୍ୟୁଜ୍):  କଟକରେ ଚୋରି ଓ ଚୌଦ୍ୱାରରେ ଚନ୍ଦନକାଠ ଜବତ ମାମଲାରେ ଡିସିପି ପ୍ରତୀକ ସିଂଙ୍କ ସାମ୍ବାଦିକ ସମ୍ମିଳନୀ। ଚୌଦ୍ୱାର ଥାନା ଶ୍ରୀକ୍ଷେତ୍ର ବନରୁ ଚନ୍ଦନ କାଠ କଟା ଯାଇଥିବା ଖବର ମିଳିବା ପରେ ପୋଲିସ ଚଢଉ କରିଥିଲା। ଟାଙ୍ଗୀ ଅଞ୍ଚଳର ରସାନନ୍ଦ ସାହୁଙ୍କ ଠାରୁ ୯୨କେଜିରୁ ଅଧିକ ୨୨ଖଣ୍ଡ ଚନ୍ଦନ କାଠ ଜବତ କରାଯାଇଛି। ରସାନନ୍ଦକୁ କୋର୍ଟ ଚାଲାଣ କରାଯାଇଛି।

ସେପଟେ କଟକ ସିଡିଏ ଅଞ୍ଚଳରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି ଫେଜ୍‌ ୨ ଥାନା ପୋଲିସ। ବିଭିନ୍ନ ଲୋକଙ୍କ ଘରେ ପଶି କଳାକଲା ବୁଲାଉଥିବା କୃଷ୍ଣଚନ୍ଦ୍ର ମହାରଣା ଓ ସାଗର ଦାସଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧୦ଟି ମୋବାଇଲ ଫୋନ୍‌, ୫ଟି ଲାପ୍‌ଟପ୍‌, ୩ଟି ଏଲଇଡି ଟିଭି, ୪ଟି ହାତ ଘଣ୍ଟା ଓ କ୍ୟାମେରା ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.