Below header

ହିମାଚଳ ପ୍ରଦେଶ : କୁଲ୍ଲୁରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୪୪ରେ ପହଁଚିଲା ମୃତକଙ୍କ ସଂଖ୍ୟା

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କୁଲ୍ଲୁରେ ୫୦୦ ମିଟର ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌। ଏଥିରେ ୪୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି । କୁଲ୍ଲୁ ଜିଲ୍ଲାର ବଜାର ଅଞ୍ଚଳରେ ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ଯାତ୍ରା କରୁଥିବା ବେଳେ ବଞ୍ଜାର ସବଡିଭିଜନ୍‌ ଠାରେ ଏହା ଖାତକୁ ଖସିପଡ଼ିଥିଲା।

busଦୁର୍ଘଟଣା ଖବର ମିଳିବା ପରେ ସ୍ଥାନୀୟ ଜନସାଧାରଣ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବନଜାରା ବସଷ୍ଟାଣ୍ଡରୁ ମାତ୍ର ଦୁଇ କିଲୋମିଟର ଯିବା ପରେ ବସଟି ଖାତରେ ଖସି ପଡ଼ିଥିଲା । ଏହାକୁ ନେଇ ହିମାଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ଓ ଆହତମାନଙ୍କ ପରିବାରକୁ ତୁରନ୍ତ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.