ଲତାଙ୍କ ପରଲୋକରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ, ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଜଣାଇଲେ ଶୋକ

୯୨ ବର୍ଷ ବୟସରେ ନୀରବୀ ଗଲେ ଲତା ମଙ୍ଗେସକର। ଲତାଙ୍କ ପରଲୋକ ଖବର ଶୁଣିବା ପରେ ସମଗ୍ର ଭାରତବାସୀ ଆଜି ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହା ସହିତ ୨ ଦିନ ପର୍ଯ୍ୟନ୍ତ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ଘୋଷଣା ରହିଛି। ତାଙ୍କ ମୃତ୍ୟୁରେ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ବଲିଉଡ ଜଗତର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ନିଧନ ଖବର ସମସ୍ତଙ୍କୁ ମୁକ କରିଦେଇଛି। କିଛିଦିନ ତଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇ ମୁମ୍ବାଇର ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ସେ ନିମୋନିଆରେ ବି ପୀଡ଼ିତ ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିଛି ଦିନ ତଳେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତେବେ ଗତକାଲି ତାଙ୍କ ଅବସ୍ଥା ପୁଣି ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮ଟା ୧୨ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୨୯ ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ।
Two-day national mourning to be observed in memory of Lata Mangeshkar. The National flag to fly at half-mast for two days, as a mark of respect: Govt sources
— ANI (@ANI) February 6, 2022
ଲତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍ କରି କହିଛନ୍ତି, ମୋ ସବୁବେଳେ ଲତା ଦିଦିଙ୍କ ଅପାର ସ୍ନେହ ମିଳିଛି। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟ ଅବିସ୍ମରଣୀୟ ରହିଛି। ତାଙ୍କ ପରଲୋକରେ ମୁଁ ଦୁଃଖିତ।ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିଲେ ପ୍ରଧାନମନ୍ତ୍ରୀ।
I consider it my honour that I have always received immense affection from Lata Didi. My interactions with her will remain unforgettable. I grieve with my fellow Indians on the passing away of Lata Didi. Spoke to her family and expressed condolences. Om Shanti.
— Narendra Modi (@narendramodi) February 6, 2022
ନୀତିନ ଗଡକାରୀ ଟ୍ଵିଟ୍ କରି ଲେଖିଛନ୍ତି, ମୁମ୍ବାଇର ବିଚ୍ କ୍ୟାଣ୍ଡି ହସପିଟାଲରେ ପହଞ୍ଚି ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଅନ୍ତିମ ଦର୍ଶନ କଲି। ତାଙ୍କ ପରିବାରକୁ ସ୍ୱାନ୍ତନା ଜଣାଇଲି। ଲତା ଦିନି ସବୁବେଳେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବେ। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। କେବଳ ଭାରତ ନୁହେଁ ଲତା ମଙ୍ଗେସକର ସଂପୂର୍ଣ୍ଣ ବିଶ୍ୱରେ ଭାରତକୁ ଗର୍ବିତ କରିଛନ୍ତି। ତାଙ୍କ ନିଧନରେ ଦେଶକୁ ବଡ କ୍ଷତି ହୋଇଛି। ସେ ଆମ ପାଖରୁ ଚାଲିଗଲେ ସତ କିନ୍ତୁ ତାଙ୍କ ଗୀତ ଆମ ପାଖରେ ସବୁବେଳେ ରହିବ। ଓଁ ଶାନ୍ତି।