ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ ଶେଷ ସଲାମ: ଦିଆଗଲା ଗାର୍ଡ ଅଫ୍‌ ଅନର

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣରେ ସହିଦଙ୍କୁ ଶେଷ ସଲାମ। ଛତିଶଗଡ ପୋଲିସ ଡିଜିଙ୍କ ଠାରୁ ଆରମ୍ଭ କରି ବସ୍ତର ଆଇଜି , ଡିଆରଜି ଏବଂ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଲି ଜଣାଇଛନ୍ତି।

ସହିଦଙ୍କୁ ଶେଷ ସଲାମ। ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ପୋଲିସ ପଡ଼ିଆ। ସମସ୍ତଙ୍କ ଆଖିରେ ଲୁହ । ଅଚାନକ ଆସିଛି ଏଭଳି ଦାରୁଣ ଦୁଃଖ । ସହିଦ ଯବାନଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୋଲିସ ଡିଜି,ବସ୍ତର ଆଇଜି , ଡିଆରଜି ଏବଂ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଘଟଣା ସ୍ଥଳରେ ସିଆରପିଏଫ ବାହିନୀ ଟିମ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଗତକାଲି ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଅନାରପୁରରେ ଆଇଇଡି ବିସ୍ଫୋରଣ କରିଥିଲା । ଏଥିରେ ୧୦ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ଗାଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ଆମ୍ବୁସ ଲଗାଇ ଟାର୍ଗେଟ କରିଥିଲେ ମାଓବାଦୀ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ସୁରକ୍ଷା କର୍ମୀଙ୍କ ଗାଡ଼ିକୁ ୨୦ ଫୁଟ ଉପରକୁ ଉଡ଼େଇ ଦେଇଥିଲା । ବିସ୍ଫୋରଣରେ ପ୍ରାୟ ୫୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିବା ଜଣା ପଡ଼ିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣା ସ୍ଥଳରେ ୫ ଫୁଟର ଗଭୀର ଗାତ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.