ଘରେ ପଶି ଖଟ ଉପରେ ୬ ଘଣ୍ଟା ଆରାମ କଲା ବାଘ, ତାପରେ ଧରିଲା ବନବିଭାଗ

ଗୁଜୁରାଟର ମୋଟୀ ଗୋଧିୟର ଗ୍ରାମରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗ୍ରାମବାସୀମାନେ ଏକ ତିନି ବର୍ଷର ବାଘକୁ ଏକ ଘରେ ବନ୍ଦ କରିଦେଇଥିଲେ ଏବଂ ଛଅ ଘଣ୍ଟା ପରେ ବନ ବିଭାଗ ଟିମ ପହଞ୍ଚିବା ପରେ ଦେଖିଥଲେ ଯେ ବାଘ ଛୁଆଟି ଘରର ଖଟ ଉପରେ ଆରାମ କରୁଥିଲା । ପୋଲିସକର୍ମୀଙ୍କ କହିବା ଅନୁଯାୟୀ ବାଘଛୁଆଟି ଗୋଧିଆର ଗ୍ରାମର ହୀରଜି ସୋଢାଙ୍କ ଘର ଭିତରେ ପଶି ଯାଇଥିଲା । ଯେତେବେଳେ ସେ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ । ପଡ଼ୋଶିମାନେ ବାଘକୁ ଘର ଭିତରେ ପଶୁଥିବାର ଦେଖି ତାକୁ ବାହାର ପଟୁ ବନ୍ଦ କରିଦେଇଥିଲେ ।

Image result for leopard-enters-home-resting-on-cot-6-hours-later-forest-department-team-caught

ପୋଲିସ ଓ ବନବିଭାଗକୁ ଏହାର ସୂଚନା ମିଳିବା ପରେ ସେମାନେ ଘଟଣାସ୍ଥଳରେ ପହଂଚି ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ବାଘ ଛୁଆଟିକୁ ପିଞ୍ଜରାରେ ବନ୍ଦ କରି ନେଇ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ବନ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଅପରେସନ ସଫଳ ହୋଇପାରିଲା ଏବଂ ସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିଲା । ଏହି କାର୍ଯ୍ୟରେ ଗ୍ରାମବାସୀମାନେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ ଓ ତାଙ୍କର ଉପସ୍ଥିତ ବୁଦ୍ଧିକୁ ବନବିଭାଗ ତାରିଫ କରିଥିଲା ।  ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ଏହି ସମୟରେ ବାଘଟି ଘର ଭିତରେ ଥିବା ଜିନିଷ ପତ୍ର ମଧ୍ୟ ନଷ୍ଟ କରିବା ସହ ଲୁଗାପଟା ଓ ଗାଡି ଛିଣ୍ଡାଇ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.