ଦିଲ୍ଲୀର VIP ଅଞ୍ଚଳ ସୈନିକ ଫାର୍ମ ରାସ୍ତାରେ ବୁଲୁଛି ଚିତାବାଘ, ଧରିବା ପାଇଁ ୪୦ ଜଣିଆ ଟିମ୍‌ ନିୟୋଜିତ

ଦିଲ୍ଲୀର ସବୁଠାରୁ ଭିଆଇପି ଅଞ୍ଚଳ ସୈନିକ ଫାର୍ମରେ ଶନିବାର ସକାଳେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ରାସ୍ତାରେ ଏକ ଚିତାବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ।

ଦେଶର ରାଜଧାନୀ ହୋଇଥିବାରୁ ଦିଲ୍ଲୀରେ ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା ରହିଥାଏ। ଏଠାରେ ଏମିତି ଅନେକ ଅଞ୍ଚଳ ଅଛି, ଯାହା ଦେଶର ସବୁଠୁ VVIP ଅଞ୍ଚଳ ମଧ୍ୟରେ ଗଣାଯାଇଥାଏ। ଏହି ସବୁ ଅଞ୍ଚଳରେ ନେତା, ମନ୍ତ୍ରୀ, ଅଧିକାରୀ, ବଡ଼ ବଡ଼ ବ୍ୟବସାୟୀଙ୍କ ସମେତ ନାମୀଦାମୀ ଲୋକ ବାସ କରନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ସୈନିକ ଫାର୍ମ। ଏହା ଦିଲ୍ଲୀର ସବୁଠାରୁ ଭିଆଇପି ଅଞ୍ଚଳ ମଧ୍ୟରୁ ଅନ୍ୟତମ। କିନ୍ତୁ ଏଠାରେ ଶନିବାର ସକାଳେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ରାସ୍ତାରେ ଏକ ଚିତାବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ।

ଚିତାବାଘ ଦେଖାଯିବା ପରେ ଏହି ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଏ ନେଇ ତୁରନ୍ତ ଦିଲ୍ଲୀ ପୋଲିସ ଏବଂ ଜଙ୍ଗଲ ବିଭାଗକୁ ଅବଗତ କରାଯାଇଥିଲା। ଅଞ୍ଚଳରେ ବହୁ ହାଇ ପ୍ରୋଫାଇଲ୍ ଲୋକ ରହୁଥିବାରୁ ପୋଲିସ, ବନ ବିଭାଗ ଏବଂ ବନ୍ୟପ୍ରାଣୀ ଦଳ ତୁରନ୍ତ ସକ୍ରିୟ ହୋଇ ଚିତାବାଘ ଖୋଜିବା ଆରମ୍ଭ କରିଥିଲେ।

କୁହାଯାଉଛି ଯେ ଚିତାବାଘ ଧରିବା ପାଇଁ ୪୦ ଜଣିଆ ଟିମ୍ ନିୟୋଜିତ ଅଛି, କିନ୍ତୁ ଏ ପର୍ଯ୍ୟନ୍ତ ବାଘ ଧରାପଡ଼ି ନାହିଁ। ସୈନିକ ଫାର୍ମ ରାସ୍ତାରେ ଚିତାବାଘ ବୁଲୁଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.