ଚୀନରେ ବନ୍ଦ ହେବ ମଦ! CCP ବୈଠକ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି ସି ଜିନ୍‌ପିଙ୍ଗ୍‌

ଚୀନରେ ବନ୍ଦ ହେବ ମଦ। ଜିନ୍‌ପିଙ୍ଗ୍‌ ସରକାର ମଦ୍ୟପାନ ଉପରେ ଖୁବଶୀଘ୍ର ପ୍ରତିବନ୍ଧକ ଲଗାଇବାକୁ ଯାଉଥିବା ଜଣାପଡ଼ିଛି। ବେଜିଂରେ କମ୍ୟୁନିଷ୍ଟ ପାର୍ଟି ସରକାର ଏ ନେଇ ଏକ ନିଷେଧାଦେଶ ଆଇନ ଲାଗୁ କରିବାକୁ ବିଚାର କରୁଛନ୍ତି। ଏହା କେବଳ ସମସ୍ତ ସରକାରୀ ଅଧିକାରୀ ନୁହନ୍ତି, ବରଂ ସିସିପି (ଚୀନ କମ୍ୟୁନିଷ୍ଟ ପାର୍ଟି)ର ସଦସ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

ଏଥିସହ ପ୍ରତି ବ୍ୟକ୍ତିଙ୍କ ଧାର୍ଯ୍ୟ କାର୍ଯ୍ୟ ସମୟ ନେଇ ମଧ୍ୟ ମଦ୍ୟପାନ ଉପରେ ପ୍ରତିବନ୍ଧକ ଲଗାଯିବାର ଆଶଙ୍କା ଦେଖାଯାଇଛି। ଯଦି ଏହା ଲାଗୁ ହୁଏ, ତା’ ହେଲେ କେବଳ ସିଭିଲ ଚାକିରିଆଙ୍କୁ ଆଗକୁ ଯିବାକୁ ସୁଯୋଗ ସୃଷ୍ଟି ହେବ। ଅନ୍ୟମାନେ ଏହି ନୀତି ଦ୍ୱାରା ବ୍ୟାପକ ଭାବେ ପ୍ରଭାବିତ ହେବେ।

ଚୀନରେ ଏହି ଖବର ପ୍ରଚାରିତ ହେବା ପରେ ସେୟାର ବଜାରରେ ଚୀନର ପ୍ରମୁଖ ମଦ୍ୟ ଉତ୍ପାଦନ କମ୍ପାନୀମାନଙ୍କ ସେୟାରରେ ଅସ୍ଥିରତା ଦେଖାଦେଇଛି। କହି ରଖୁଛୁ ଯେ ଚୀନରେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଶାସନ ଭାର ଗ୍ରହଣ କରିବାକୁ ଯିବା ପୂର୍ବରୁ ଏହି ନିୟମ ଲାଗୁ ହୋଇପାରେ ବୋଲି ଆଶଙ୍କା ବଢିଛି। ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ତରଫରୁ ଏହି ପଦକ୍ଷେପ ସମ୍ଭବତଃ ୫ ବର୍ଷରେ ଥରେ ହେଉଥିବା ସିସିପି ବୈଠକ ପୂର୍ବରୁ ଉଠାଯାଇ ପାରେ।

୨୦୧୭ରେ ମଧ୍ୟ ଲଗାଯାଇଥିଲା ବ୍ୟାନ୍‌

ସୂଚନାଥାଉ କି, ୨୦୧୭ରେ ସିସିପି ବୈଠକ ପୂର୍ବରୁ ଚୀନର ସରକାରୀ କର୍ମଚାରୀଙ୍କୁ ଜିନ୍‌ପିଙ୍ଗ୍‌ ଦୁର୍ନୀତି ବିରୋଧୀ ଅଭିଯାନରେ ମଦ ପିଇବା ଉପରେ କଟକଣା ଜାରି କରିଥିଲେ। ଗତ ବର୍ଷ ଅଗଷ୍ଟରେ ସିସିପିର ଭ୍ରଷ୍ଟାଚାର ପ୍ରହରୀ ଅର୍ଥାତ୍‌ କେନ୍ଦ୍ରୀୟ ଅନୁଶାସନ ନିରୀକ୍ଷଣ ଆୟୋଗ ଏହି କଥାକୁ ଦୋହରାଇଥିଲା ଯେ ମଦ୍ୟପାନ କରିବା ଦ୍ୱାରା ଅପରାଧ ଘଟଣା ବୃଦ୍ଧି ପାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.