‘ଆଜି ସୂର୍ଯ୍ୟ ବିନା ସକାଳ ଅନୁଭବ କଲି’… ବାପାଙ୍କୁ ମନେ ପକାଇ ଇମୋସନାଲ ହେଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ପରେ ପୁଅ ଅଖିଳେଶ ଯାଦବ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ନିଜ ଦୁଃଖକୁ ସେ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି। ଏକ ଭାବପ୍ରବଣଭରା ଟ୍ୱିଟ୍ କରି ସେ ଦିବଂଗତ ବାପାଙ୍କୁ ମନେ ପକାଇଛନ୍ତି। ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂ ଯାଦବଙ୍କର ଶେଷକୃତ୍ୟ ମଙ୍ଗଳବାର ଜନ୍ମଭୂମି ସାଇଫାଇ ଠାରେ ଶେଷ ହୋଇଛି। ସମ୍ପୂର୍ଣ୍ଣ ରାଜକୀୟ ରୀତିନୀତିରେ ତାଙ୍କୁ ବିଦାୟ ଦିଆଯାଇଛି।

ପିତାଙ୍କ ଦେହାନ୍ତ ପରେ ଭାବବିହ୍ୱଳ ହୋଇ ଅଖିଳେଶ ଟ୍ୱିଟ କରି ଲେଖିଛନ୍ତି, ଆଜି ପ୍ରଥମ ଥର ଅନୁଭବ ହେଉଛି… ବିନା ସୂର୍ଯ୍ୟରେ ସକାଳ ହୋଇଛି। ବାପାଙ୍କୁ ମନେ ପକାଇ ସେ ଏମିତି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।


ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ଦିନ ଗୁରୁଗ୍ରାମର ଏକ ହସ୍ପିଟାଲରେ ମୁଲାୟମ ସିଂ ଯାଦବ ୮୨ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁଲାୟମ ସିଂ ତିନି ଥର ମୁଖ୍ୟମନ୍ତ୍ରୀ ହେବା ସହ ଥରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି। ତାଙ୍କ ଶେଷକୃତ୍ୟରେ ବହୁ ବିଶିଷ୍ଟ ନେତା ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ମୁଲାୟମ ୧୯୬୭ ମସିହାରେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ୧୯୯୨ ମସିହା ଅକ୍ଟୋବର ମାସରେ ସେ ସମାଜବାଦୀ ପାର୍ଟି ପ୍ରତିଷ୍ଠା କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ଅଖିଳେଶ ଯାଦବ ସମାଜବାଦୀ ପାର୍ଟିର ସଭାପତି ଅଛନ୍ତି।

Also Read: ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.