Below header

ରାଜଧାନୀରେ ବଢ଼ିଲା ଲକଡାଉନ୍‌ ଅବଧି, ୩୧ ଯାଏଁ ରହିବ କଟକଣା

ନୂଆଦିଲ୍ଲୀ(କେ ନ୍ୟୁଜ): ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍‌ । ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ ଅବଧି ଆଉ ସପ୍ତାହେ ପାଇଁ ବଢାଇ ଦିଆଯାଇଛି । ମହାମାରୀ କରୋନାର ପ୍ରକୋପକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି | ମେ’ ୩୧ ଯାଏଁ ଲକ୍‌ଡାଉନ କଟକଣା ବଳବତ୍ତର ରହିବ। ଲକଡାଉନ୍‌ ବୃଦ୍ଧି ନେଇ ଘୋଷଣା

କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୬ଶହ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଲକ୍‌ଡାଉନ୍‌ ପରେ ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୨.୫ ପ୍ରତିଶତକୁ ଖସି ଆସିଛି। ମେ ୩୧ ପରେ ପର୍ଯ୍ୟାୟକ୍ରମେ ଅନଲକ୍‌ ଆରମ୍ଭ ହେବ ବୋଲି କେଜ୍ରିୱାଲ୍‌ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.