Below header

ପାକିସ୍ତାନ ପଙ୍ଗପାଳର ଭାରତ ଉପରେ ଆକ୍ରମଣ, ନଷ୍ଟ କରୁଛନ୍ତି କୋଟି କୋଟି ଟଙ୍କାର ଫସଲ

ପାକିସ୍ତାନରୁ ଆସିଥିବା ଏକ ବିଶେଷ ଧରଣର କୀଟ ରାଜସ୍ଥାନ,ପଞ୍ଜାବ ଓ ଗୁଜୁରାଟ ପରି ରାଜ୍ୟର ସୀମା ବର୍ତ୍ତୀ ଅଞ୍ଚଳ ଗୁଡିକର ଜମିର ଫସଲକୁ ନଷ୍ଟ କରି ଦେଉଛନ୍ତି । ଏହି କୀଟ ଏହି ରାଜ୍ୟ ମାନଙ୍କର କୋଟି କୋଟି ଟଙ୍କାର ଫସଲ ନଷ୍ଟ କରି ଦେଉଛି । କୃଷି ମନ୍ତ୍ରାଳୟର କୀଟ ନିୟନ୍ତ୍ରଣ ବିଭାଗ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ଲକ୍ଷ ଲକ୍ଷ ହେକ୍ଟର ଜମି ଏହି କୀଟ ଦାଉରୁ ରକ୍ଷା ପାଇ ପାରିନାହିଁ । ଏବେ ପର୍ଯ୍ୟନ୍ତ ପ୍ରାୟ ୧.୫ ଲିଟର କୀଟନାଶକ ଏହି ଜମିରେ ଛିଞ୍ଚା ସରିଲାଣି । ଏହା ସହ ଦିନର ପ୍ରାୟ ୨୪ ଘଣ୍ଟା ଏହି ଜମି ଗୁଡିକ ଉପରେ ନଜର ରଖା ଯାଉଛି । କେନ୍ଦ୍ର କୃଷି ମନ୍ତ୍ରାଳୟ ଅନୁସାରେ ପାକିସ୍ତାନର ସିନ୍ଧ ପ୍ରଦେଶରୁ ଆସିଥିବା ଏହି କୀଟ ଜଇସଲମେର, ଯୋଧପୁର, ବାଡ଼ମେର, ଭରେଵାଲା ସାହଗଡ଼, କଚ୍ଛ, ଵିକାନେର, ଲାଥି, ନାଚନା, ସୁରଟଗଡ଼, ପୋଖରାଣ ଅଂଚଳର କ୍ଷେତ ଗୁଡିକର ମୁଗ, ଧାନ, କପା, ବାଜରା ପରି ଫସଲ ମାନଙ୍କୁ ନଷ୍ଟ କରିଦେଉଛି ।

ଏହା ସହ ପଢନ୍ତୁ: ଆହତ ମାଙ୍କଡ ଛୁଆକୁ ନେଇ ହସପିଟାଲରେ ପହଞ୍ଚିଲା ମା’, କିନ୍ତୁ ଶେଷରେ ଘଟିଲା ଏପରି କିଛି

ମନ୍ତ୍ରାଳୟ ତରଫରୁ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ମାନଙ୍କୁ କ୍ଷତିଗ୍ରସ୍ତ ସ୍ଥାନ ମାନଙ୍କୁ ପଠାଯାଇଛି । କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ମଧ୍ୟ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଗୁରୁରାଟର ଭୁଜ ଅଂଚଳକୁ ପରିଦର୍ଶନରେ ଯାଇଥିଲେ । ଏହା ପୂର୍ବରୁ ଦେଶରେ ୧୯୯୩ ମସିହାରେ ମଧ୍ୟ ଏହି ପରି ସମାନ ଧରଣର କୀଟ ମାନଙ୍କ ପ୍ରାଦୁର୍ଭାବ ଉପରୋକ୍ତ ଅଞ୍ଚଳ ମାନଙ୍କରେ ହୋଇଥିଲା । ସେହି ସମୟରେ ବି ରାଜସ୍ଥାନ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.