ବିବାହ ପାଇଁ ଯାଉଥିବା ପ୍ରେମୀ ଯୁଗଳଙ୍କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ

ଏହି ସଡକ ଦୁର୍ଘଟଣାରେ ପ୍ରେମୀ ଯୁଗଳଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଉଭୟ ପ୍ରେମୀ ଯୁଗଳ ବିବାହ କରିବାକୁ ଯାଉଥିଲେ ଏହି ସମୟରେ ହିଁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳସ୍ଥିତ ଚକ୍ରଧରପୁର-ଚାଇବାସା ରାଜରାସ୍ତା ଏନଏଚ୍‌-୭୫ (ଇ)ରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା । ଏହ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତିନି ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ସଡକ ଦୁର୍ଘଟଣାରେ ପ୍ରେମୀ ଯୁଗଳଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଉଭୟ ପ୍ରେମୀ ଯୁଗଳ ବିବାହ କରିବାକୁ ଯାଉଥିଲେ ଏହି ସମୟରେ ହିଁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଚକ୍ରଧରପୁର ସବ-ଡିଭିଜନାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ଉନ୍ନତ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଜାମସେଦପୁରକୁ ପଠାଯାଇଛି । ଆହତ ଯୁବକଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ନିକଟସ୍ଥ ଗ୍ରାମବାସୀମାନେ ଟ୍ରକ ଡ୍ରାଇଭରକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ଚକ୍ରଧରପୁର ଚାଇବାସା ଏନଏଚ୍‌ ୭୫ (ଇ) ରାସ୍ତାର ଖରସୱା ଟର୍ନରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ ଇଟିହାସା ପଞ୍ଚାୟତର ଡୁଇକସାଇ ଗାଁର ବାସିନ୍ଦା ରମେଶ କେରାଇ ଏବଂ ନରସିଂହ କେରାଇ ବାଇକ ଯୋଗେ ତାନ୍ତନଗର ଓପି ଅଞ୍ଚଳର କୁଲାବୁରୁ ଗ୍ରାମକୁ ଯାଇଥିଲେ। ସେଠାରେ ରମେଶ କେରାଇ ତାଙ୍କ ପ୍ରେମିକାଙ୍କ ସହ ବାଇକରେ ଚକ୍ରଧରପୁର ଅଭିମୁଖେ ଯାଉଥିଲେ। ବାଇକ୍ ଖରସୱା ଟର୍ନରେ ପହଞ୍ଚିବା ମାତ୍ରେ ବିପରୀତ ଦିଗରୁ କ୍ଷୀପ୍ର ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କ ବାଇକ୍ କୁ ଧକ୍କା ଦେଇଥିଲା । ବାଇକଟି ଟ୍ରକ ଚକ ତଳେ ଆସି ଚାପି ହୋଇଥିଲା। ଏବଂ ଏହି ଦୁର୍ଘଟଣାରେ ପ୍ରେମିକ ରମେଶ କେରାଇ ଏବଂ ତାଙ୍କ ପ୍ରେମିକା ମୃତ୍ୟୁ ବରଣ କରିଛନ୍ତି। ରମଶେଙ୍କ ସାଙ୍ଗ ନରସିଂହ କେରାଇ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପ୍ରେମୀ ଯୁଗଳଙ୍କ ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସ ହେପାଜତରେ ଥିବା ଟ୍ରକ ଡ୍ରାଇଭର ମଦ୍ୟପାନ କରି ଟ୍ରକ ଚଳାଇଥିବା ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖରସୱା ବିଧାୟକ ଦଶରଥ ଗାଗରାଇ ପୀଡିତାଙ୍କ ପରିବାରକୁ ସମସ୍ତ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.