ପାକିସ୍ତାନ ଜନତାଙ୍କୁ ମହଙ୍ଗା ଛାଟ, ପେଟ୍ରୋଲ ଓ ଡିଜେଲ ପରେ ବଢିଲା ଗ୍ୟାସ ଦର

ପାକିସ୍ତାନରେ ସାଧାରଣ ଜନତାଙ୍କୁ ଆଶ୍ୱସ୍ତୀ ମିଳୁନାହିଁ । ପ୍ରତିଦିନ କିଛି ନା କିଛି ଜିନିଷର ଦାମ୍‌ ବଢୁଛି । ପେଟ୍ରୋଲ ଓ ଡିଜେଲ ଦାମ୍‌ ପରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୪୫୯ ଟଙ୍କା ବୃଦ୍ଧି ପାଇଛି ।

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ପରେ ପୁଣି ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ପୁଣି ବଢିଛି ଗ୍ୟାସ୍‌ ଦର । ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢିବାର ଗୋଟେ ଦିନ ପରେ ବଢିଛି ଗ୍ୟାସ ଦାମ୍‌ । ଏଲପିଜି ସିଲିଣ୍ଡର ଦାମ ୪୫୯ ଟଙ୍କା ବଢିଛି ।

ପାକିସ୍ତାନରେ ଗରିବ ଲୋକଙ୍କୁ ବଡ ଝଟକା ଦେଇଛନ୍ତି ସରକାର । ପାକିସ୍ତାନରେ ଏତେ ମହଙ୍ଗା ଦରରେ ଗ୍ୟାସ କିଣିବା ଲୋକଙ୍କ ପାଇଁ ମୁସ୍କିଲ ହୋଇଛି । ପାକିସ୍ତାନର ଅଏଲ ଆଣ୍ଡ ଗ୍ୟାସ ରେଗୁଲେଟରୀ ଅଥରିଟି(OGRA) ଜରିଆରେ ଜାରି ହୋଇଥିବା ନୋଟିଫିକେସନ ମୁତାବକ, ୧୧.୮ ଘରୋଇ ସିଲିଣ୍ଡର ଦାମ୍‌ ୪୫୯.୮୫ ଟଙ୍କା ପର୍ଯ୍ୟନ୍ତ ବଢିଛି । ଆଉ ଘରୋଇ ସିଲିଣ୍ଡର ଦାମ ଏବେ ୨୮୩୩.୪୯ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ଅଗଷ୍ଟରେ ଏଲପିଜି ସିଲିଣ୍ଡର ଦାମ୍‌ ୨୩ ଟଙ୍କା ପ୍ରତି କିଲୋ ହିସାବରେ ବଢିଥିଲା ।

ସରକାର ଗରିବ ଲୋକଙ୍କୁ ଏବେ ମହଙ୍ଗା ଛାଟ ଦେଇଛନ୍ତି । ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯୦. ୪୫ ଟଙ୍କା ରହିଥିଲା । ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ୧୪.୯୧ ଟଙ୍କା ବୃଦ୍ଧି ପରେ ଏହାର ମୂଲ୍ୟ ଲିଟର ପିଛା ୩୦୫.୩୬ ଟଙ୍କା ହୋଇଛି। କେବଳ ଏତିକି ନୁହେଁ ଲିଟର ପିଛା ୨୯୩.୪୦ ଟଙ୍କାରେ ବିକ୍ରି ହେଉଥିବା ଡିଜେଲର ମୂଲ୍ୟ ୧୮.୪୪ ଟଙ୍କା ବୃଦ୍ଧି କରାଯାଇଛି । ଯାହା ପରେ ପାକିସ୍ତାନରେ ଡିଜେଲ ଲିଟର ପିଛା ୩୧୧.୮୪ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ପାକିସ୍ତାନରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୦୦ ଟଙ୍କା ଅତିକ୍ରମ କରିଛି ।

ପାକିସ୍ତାନର ସରକାର ଗୁରୁବାର ଅର୍ଥାତ ୩୧ ଅଗଷ୍ଟ ବିଳମ୍ବିତ ରାତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୪ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଆଜି ଅର୍ଥାତ ସେପ୍ଟେମ୍ବର ୧ ସକାଳ ଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ସରକାରଙ୍କ ଅର୍ଥ ବିଭାଗ କହିଛି ଯେ ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ଏବଂ ବିନିମୟ ମୂଲ୍ୟରେ ପରିବର୍ତ୍ତନ ହେତୁ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କାରଣ ଯାହା ହେଉନା କାହିଁକି ପାକିସ୍ତାନୀମାନଙ୍କ ସମସ୍ୟା ପୁଣି ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.