ଆମ୍ବୁଲାନ୍ସ ନମିଳିବାରୁ ଚାଲିଗଲା ଜୀବନ : ୨ ବର୍ଷୀୟ ଭାଇର ମୃତଦେହ କୋଳରେ ରଖି ରାସ୍ତା କଡ଼ରେ ବସିଲା ୮ ବର୍ଷର ଶିଶୁ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଶନିବାର ଜଣେ ୮ ବର୍ଷର ଶିଶୁ ନିଜ ସାନ ଭାଇ (୨ ବର୍ଷ)ର ମୃତଦେହକୁ କୋଳରେ ଧରି ବସିଥିବାର ଦେଖାଯାଇଥିଲା । ଏହି ସମୟରେ ଶିଶୁର ପିତା ପୂଜରାମ ଜାଣ୍ଟବ ନିଜର ମୃତ ପୁଅର ଶବ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଖୋଜୁଥିଲେ ।

ଏକ ଛୋଟ ଶିଶୁ ସଡ଼କ ପାଶ୍ୱର୍ରେ ଶବ ସହିତ ବସିବା ଦେଖି ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା । ସେମାନେ ଅଧିକାରୀଙ୍କୁ ଏବାବଦରେ ସୂଚନା ମଧ୍ୟ ଦେଇଥିଲେ । ମୁରେନା ଜିଲ୍ଲା ଅମ୍ବାହର ବଡଫରା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୂଜାରାମଙ୍କ ୨ ବର୍ଷୀୟ ଶିଶୁ ରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିଯାଇଥିଲା । ଆରମ୍ଭରୁ ପୁଅକୁ ଘରୋଇ ଚିକିତ୍ସା ମାଧ୍ୟମରେ ଠିକ କରିବାକୁ ଚାହିଁଥିଲେ । କିନ୍ତୁ ଏଥିରୁ କୌଣସି ଲାଭ ହେଲା ନାହିଁ । କିନ୍ତୁ ଯେତେବେଳେ ତା’ଣ ପେଟ ଯନ୍ତ୍ରଣା ଅନୁଭବ ହେଲା, ଶିଶୁକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ପୂଜାରାମ ସହିତ ବଡ଼ପୁଅ ଗୁଲଶନ ମଧ୍ୟ ହସ୍ପିଟାଲ ଯାଇଥିଲା ।

ହସ୍ପିଟାଲରେ ଭର୍ତ୍ତି ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଗରିବ ଓ ଅସହାୟ ପୂଜାରାମ ହସ୍ପିଟାଲରୁ ଶବ ଘରକୁ ନେବା ପାଇଁ ପାଖରେ ଟଙ୍କା ରଖି ନଥିଲେ । ତେଣୁ ସେ ଅଧିକାରୀଙ୍କୁ ଯାଇ ଆମ୍ବୁଲାନ୍ସ ଲାଗି ନିବେଦନ କରିଥିଲେ । କିନ୍ତୁ ଅଧିକାରୀମାନେ ମନାକରିଦେବାରୁ ସେ ବାଧ୍ୟହୋଇ ୮ ବର୍ଷୀୟ ବଡ଼ପୁଅର କୋଳରେ ମୃତ ଶିଶୁକୁ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ ସିଭିଲ ସର୍ଜନ ବିନୋଦ ଗୁପ୍ତା କହିଛନ୍ତି ଯେ, ଆମେ ଆମ୍ବୁଲାନ୍ସ ପାଇଁ ବ୍ୟବସ୍ଥା କରିସାରିଛୁ । ଗାଡ଼ି ପହଞ୍ଚିଲା ବେଳକୁ ପୂଜାରାମ ସେଠାରେ ନଥିଲା । ସେ ଯାଇସାରିଥିଲା ।

ପୂଜାରାମଙ୍କ କହିବା ଅନୁଯାୟୀ “ଶିଶୁର ମା ଘରେ ନଥିଲା । ମୁଁ ଜଣେ ଗରିବ ଲୋକ ଏବଂ ମୁଁ ଜାଣେ ନାହିଁ ମୋ ପିଲା କଣ ଖାଇଲା ଏବଂ ତା ଅବସ୍ଥା କିପରି ବିଗିଡିଗଲା। ମୁଁ ଯେତେବେଳେ ଡାକ୍ତରଙ୍କୁ ଦେଖାଇଲି, ସେ ମୋତେ ଇନୋ ଏବଂ ହେଙ୍ଗୁ ଦେଲେ। ମୁଁ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜାରାମଙ୍କ ହେଙ୍ଗୁ ଏବଂ ଇନୋ ଖାଇବାକୁ ଦେଇଥିଲି କିନ୍ତୁ ତା ସ୍ୱାସ୍ଥ୍ୟରେ ସୁଧାର ଆସି ନଥିଲା। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ମୋତେ ଡାକ୍ତରଖାନାରୁ ଆମ୍ବୁଲାନ୍ସ ପାଇଁ ଅର୍ଥ ଦେବାକୁ କୁହାଯାଇଥିଲା। କିନ୍ତୁ ମୋ ପାଖରେ ସେତିକି ଅର୍ଥ ନଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.