ମଧ୍ୟପ୍ରଦେଶ ସରକାରଙ୍କ ନିଷ୍ପତ୍ତି : ଏଣିକି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ପଢିବେ ରାମାୟଣ, ମହାଭାରତ
ନୂଆଦିଲ୍ଲୀ: ଏଣିକି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଏବଂ ରାମଚରିତ ମାନସକୁ ସାମିଲ କରିବା ପାଇଁ ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି । ମହାଭାରତ ଓ ରାମଚରିତ ମାନସକୁ ଇଞ୍ଜିନିୟରିଂ ପିଲାମାନେ ପଢ଼ିବେ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏହା ସହିତ ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ମୋହଦ ଯାଦବ କହିଛନ୍ତି, ଇଞ୍ଜିନିୟରିଂ ସିଲାବସ୍ରେ ଏପରି ବିଷୟବସ୍ତକୁ ସାମିଲ କରିବାରେ କୌଣସି ଅସୁବିଧା ନାହିଁ। ଯେଉଁମାନେ ଶ୍ରୀ ରାମଙ୍କ ଚରିତ୍ର ଓ ସେତେବେଳର କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି, ସେମାନେ ଇଞ୍ଜିନିୟରିଂ କୋର୍ସରେ ବି ଏସସବୁ ଜାଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।
Madhya Pradesh | Ramayana, Mahabharata & Ramcharitmanas included in the syllabus of engineering students, says state higher education dept
“Whoever wants to learn about Lord Ram’s character & contemporary works can do so in engg courses,” says Mohan Yadav, MP Higher Edu Min pic.twitter.com/LMYpMVxMSx
— ANI (@ANI) September 13, 2021
ମଧ୍ୟପ୍ରଦେଶ ସରକାର ନୂଆ ଶିକ୍ଷା ନୀତିକୁ ଉଭୟ ସ୍କୁଲ ଓ କଲେଜଗୁଡ଼ିକରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ନୂଆ ଶିକ୍ଷା ନୀତିରେ ଇଞ୍ଜିନିୟରିଂ ବିଷୟବସ୍ତୁକୁ ଆଞ୍ଚଳିକ ଭାଷାରେ ମଧ୍ୟ ପଢ଼ାଇବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।
ସୂଚନା ଅନୁସାରେ, ୧୫ ସେପ୍ଟେମ୍ବରରୁ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଥିବାରୁ ଏଥିପାଇଁ ଶିକ୍ଷାମନ୍ତ୍ରୀ ମୋହନ ଯାଦବ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ ପ୍ରୋଟୋକଲ ଯେମିତି କଡ଼ାକଡ଼ି ଭାବେ ପାଳନ କରାଯିବ, ତା’ ଉପରେ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।