ଋଷର ଡାନିଲ୍ ମେଡଭେଡେଭ୍ ଜିତିଲେ ୟୁଏସ ଓପନ ଟାଇଟଲ, ଅଧା ରହିଗଲା ବିଶ୍ବର ନଂ ୧ ଖେଳାଳି ଜୋକୋଭିକଙ୍କ ସ୍ବପ୍ନ

ଋଷର ଡାନିଲ୍ ମେଡଭେଡେଭ୍ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋବାକ ଜୋକୋଭିକଙ୍କ ୨୧ ତମ ଗ୍ରାଣ୍ଡସ୍ଲାମ୍ ବିଜୟ ସ୍ୱପ୍ନ ଚୁରମାର କରିଦେଇଛନ୍ତି। ଜୋକୋଭିକ୍ ରବିବାର ୟୁଏସ ଓପନ ସିଙ୍ଗଲ୍ସ ଫାଇନାଲରେ ପରାଜୟର ସାମ୍ନା କରିଛନ୍ତି । ଋଷର ଡାନିଲ୍ ମେଡଭେଡେଭ୍ ଜୋକୋଭିକଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ ହୋଇଛନ୍ତି । ସେ ଜୋକୋଭିକଙ୍କୁ ସିଧା ସେଟ୍ ୬-୪,୬-୪,୬-୪ରେ ମାତ୍ ଦେଇଛନ୍ତି।

ଜୋକୋଭିକ୍ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍ ଓପନ ଓ ଓ୍ୱିମ୍ବଲଡନରେ ଚାମ୍ପିଅନ ହୋଇଥିଲେ । ଯଦି ସେ ୟୁଏସ ଓପନ ଜିତିଥାନ୍ତେ ତେବେ ନିଜ କ୍ୟାରିଅରର ୨୧ ତମ ଗ୍ଲାଣ୍ଡସ୍ଲାମ୍ ଚାମ୍ପିଅନ ହୋଇଥାନ୍ତେ ।

୨୫ ବର୍ଷୀୟ ଡାନିଲ୍ ୨୦୧୯ରେ ପ୍ରଥମ ଥର ପାଇଁ ୟୁଏସ ଓପନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରାଫେଲ ନାଡାଲଙ୍କଠୁ ପରାସ୍ତ ହୋଇଥିଲେ । ତେବେ ଜୋକୋଭିକ୍ ୨୦ଥର ଗ୍ରାଣ୍ଡସ୍ଲାମ୍ ଜିତି ରୋଜର ଫେଡେରରଙ୍କ ରେକର୍ଡ ସହ ସମାନ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.