Below header

ଆତ୍ମନିର୍ଭରର ବଳିଷ୍ଠ ଉଦାହରଣ ! ୨୦ ଦିନ କାଳ ପରିଶ୍ରମ କରି ୧୫ ଫୁଟ ଗଭୀରର କୂଅ ଖୋଳିଲେ ଆଦିବାସୀ ଦମ୍ପତ୍ତି

କରୋନା ଭାଇରସ ସଂକ୍ରମଣକୁ କମ କରିବା ପାଇଁ ଦେଶ ବ୍ୟାପି ମାର୍ଚ୍ଚ ୨୫ ତାରିଖରୁ ଲକ ଡାଉନ ଜାରି କରାଯାଇଛି । ଏହି କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ଗଭୀର ପ୍ରଭାବିତ ହୋଇଛି । ଏହି ଦୁର୍ବଳ ସ୍ଥିତି ଯଥା ସମ୍ଭବ ଦୂର କରାଯାଇ ପାରିବ ସେନେଇ ପିଏମ ମୋଦି ଦେଶ ବାସୀଙ୍କୁ ଆତ୍ମନିର୍ଭର ଭାରତ ନିର୍ମାଣର ଆହ୍ୱାନ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ଏହି ଡକରାକୁ କାମରେ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ସତାନା ଜିଲ୍ଲାର ପିଣ୍ଡରା ଗ୍ରାମର ଏକ ଆଦିବାସୀ ଦମ୍ପତ୍ତି । ଦୀର୍ଘ ୨୦ ଦିନ କାଳ ପରିଶ୍ରମ କରି ୧୫ ଫୁଟ ଗଭୀର ଓ ସାଢେ ୫ ଫୁଟର ଏକ କୂଅ ଖୋଳିଛନ୍ତି ।

poor

ସେମାନଙ୍କ ଅନୁଯାୟୀ, ଅନ୍ୟ ମାନଙ୍କ ପାଖରେ ହାତ ପତେଇବା ଠାରୁ ନିଜେ ଆତ୍ମନିର୍ଭର ହେବା ଶହେ ଗୁଣ ଭଲ । ସୂଚନା ଦେବା ଯୋଗ୍ୟକି, ଗରମ ଦିନ ଆରମ୍ଭ ହେବା ମାତ୍ରେ ମଝଗବା ବ୍ଳକର ସବୁଠୁ ବଡ଼ ଗ୍ରାମ ପଂଚାୟତ ପିଣ୍ଡରାର ଏହି ଆଦିବାସୀ ବହୁଳ ଗାଁରେ ଗଭୀର ପାଣି ସଙ୍କଟ ଦେଖାଦିଏ । ଖାସ କରି ଏହି କାରଣରୁ ହିଁ ଗାଁର ଜନ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି । ଜାରି ହୋଇଥିବା ଲକ ଡାଉନ କାରଣରୁ ଗାଁର ଛୋଟୁ ମବାସୀ ଓ ତାଙ୍କ ପତ୍ନୀ ରାଜଲଲୀ ମବାସୀଙ୍କୁ କାମ ଧନ୍ଦା ନ ମିଳିବାରୁ ସେମାନେ ଘରେ ବସିଥିଲେ । ଏହି ସମୟରେ ଗାଁର ପାଣି ସଙ୍କଟକୁ କିପରି ଦୂର କରାଯିବ ସେନେଇ ଚିନ୍ତା କଲେ ଏହି ଦମ୍ପତ୍ତି । ଘର ପଛପଟେ ଥିବା ଏକ ଖାଲି ସ୍ଥାନରେ କୂଅ ଖୋଲିବା ଆରମ୍ଭ କରିଦେଲେ ।

poor

କୂଅ ଟିକୁ ଖୋଲିବା ପାଇଁ ଦୁହିଁଙ୍କୁ ପାଖାପାଖି ୨୦ ଦିନ ସମୟ ଲାଗିଥିଲା । ମାଟି ତଳେ ଥିବା ବଡ଼ ବଡ ପଥର ଗୁଡିକୁ ହାତରେକାଟିବା ସମ୍ଭବ ନଥିଲା | କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ପଥରକୁ ହାର ମାନିବାକୁ ପଡିଥିଲା । କୂଅରୁ ପାଣି ବାହାର କରିବାରେ ସଫଳ ହେବା ପରେ ଦୁହେଁ ପନିପରିବା ଚାଷ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ଛୋଟୁ କହିଛନ୍ତିକି, ପାଣି ସମସ୍ୟାରୁ ମୁକୁଳିବା ପାଇଁ ହିଁ ଆମେ ଦୁହେଁ ଏହି ଚେଷ୍ଟା ଆରମ୍ଭ କରିଥିଲୁ । ସେମାନଙ୍କ ମତରେ ଖାଲି ବସିବା ଠାରୁ ଭଲ କିଛି କାମ କରିବା । ଏହା ଦ୍ୱାରା ଆଗକୁ ଗାଁ ଲୋକଙ୍କୁ ପିଇବା ପାଣି ପାଇଁ ହଇରାଣ ହେବାକୁ ପଡ଼ିବନି ।

ଏହା ସହ ସେ ଏହା ମଧ୍ୟ କହିଛନ୍ତିକି, ଯଦି ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳେ ତେବେ ଖୋଲାଯାଇଥିବା କୂଅକୁ ଖୁବ ଶୀଘ୍ର ପକ୍କା କରି ଦିଆଯାଇପାରନ୍ତା । ଏବାବଦରେ ଛୋଟୁଙ୍କ ପତ୍ନୀ ରାଜଲିଲା କହିଛନ୍ତିକି, ନିଜ ବଳରେ ଏହି କାମ ଟିକୁ କରିଥିବାରୁ ବହୁତ ଖୁସି ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.