ନଓ୍ଵାଜୁଦ୍ଦିନ୍‌ଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଲେ ପତ୍ନୀ ଆଲିଆ, ଶାଶୁଘର ଲୋକ ନିର୍ଯାତନା ଦେଉଥିବା ନେଇ ଆଣିଲେ ଅଭିଯୋଗ

ଦୀର୍ଘଦିନ ଧରି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ୧୧ ବର୍ଷର ବୈବାହିକ ଜୀବନରେ ଝଡ଼ ଉଠିଛି। ନଓ୍ଵାଜୁଦ୍ଦିନ୍‌ଙ୍କ ପତ୍ନୀ ଆଲିଆ ଏହି ବିବାହକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ସେ ନଓ୍ଵାଜୁଦ୍ଦିନ୍‌ଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଥିବା ଜଣାଯାଇଛି। ଏହି ନୋଟିସ୍‌ରେ ସେ ନିଜେ ଚଳିବା ପାଇଁ ଟଙ୍କା ମଧ୍ୟ ମାଗିଛନ୍ତି। ଏନେଇ ନିଜେ ଆଲିଆ ଗଣମାଧ୍ୟମକୁ କହିଛନ୍ତି।

Nawazuddin Siddiqui: Actors keep playing 'hero' till they are 60 ...

ଆଲିଆ ସିଦ୍ଦିକି କହିଛନ୍ତି ଯେ ସ୍ୱାମୀ ଓ ତାଙ୍କ ପରିବାର ସବୁବେଳେ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଏହି ମାମଲା ବାରମ୍ବାର ଘଟିବାରୁ ଅତିଷ୍ଠ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏବେ ସେ ଆଉ ମାନସିକ ଚିନ୍ତା ମଧ୍ୟରେ ରହିପାରିବେ ନାହିଁ ବୋଲି କହିଛନ୍ତି। ତେବେ ନଓ୍ଵାଜୁଦ୍ଦିନ୍‌ କେବେ ବି ତାଙ୍କ ଉପରକୁ ହାତ ଉଠାଇନଥିବା ସ୍ପଷ୍ଟ କ ଆଲିଆ।

Nawazuddin Siddiqui wife Aaliya | नवाजुद्दीन ...

ସୂଚନାଯୋଗ୍ୟ ଯେ ମେ ୭ ତାରିଖରେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କୁ ଆଲିଆ ହ୍ଵାଟ୍ସଆପ୍‌ ଯୋଗେ ଛାଡ଼ପତ୍ର ନୋଟିସ୍‌ ପଠାଇଥିଲେ। ୨୦୦୯ ମସିହାରେ ଉଭୟେ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପ୍ରକାଶ ଯେ ଏହା ନଓ୍ଵାଜୁଦ୍ଦିନ୍‌ଙ୍କ ଦ୍ୱିତୀୟ ବିବାହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.