ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ କମଲ ନାଥ, ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଜଣାଇବେ ଦାବି

ମଧ୍ୟପ୍ରଦେଶ(କେନ୍ୟୁଜ୍) : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ କମଲ ନାଥ । ଆଜି ସେ ସାଢ଼େ ୧୦ଟା ବେଳେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ । ଖୁବ୍‌ଶୀଘ୍ର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଭେଟେରାନ୍‌ଙ୍କ ଉପରେ ଭରସିଛନ୍ତି କଂଗ୍ରେସ ହାଇକମାଣ୍ଡ । କମଲ ନାଥ ବିଧାୟକ ଦଳେ ନେତା ନିର୍ବାଚିତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଘୋଷଣା ହୋଇଛି । ସମର୍ଥନ କରିଥିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଦେଇଛନ୍ତି କମଳ ନାଥ । କମଲ ନାଥ କହିଛନ୍ତି, ରାଜ୍ୟବାସୀଙ୍କ ବିଶ୍ୱାସ ଅତୁଟ ରଖିବା ସହ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ କାମ କରିବି । ଏଇଠୁ ନୂଆ ଆରମ୍ଭ ହେଲା ବୋଲି ସେ କହିଛନ୍ତି । ଉଭୟ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ? ଏହାକୁ ନେଇ ଗତକାଲି ଦିନ ତମାମ ଚର୍ଚ୍ଚା ଜାରି ରହିଥିଲା । ଦିଲ୍ଲୀ ଯାଇଥିଲେ ଉଭୟ ନେତା। ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ଦିଲ୍ଲୀରୁ ଫେରି କମଲନାଥ ଓ ଜ୍ୟୋତିରାଦିତ୍ୟ ବିଧାୟକ ଦଳ ବୈଠକରେ ସାମିଲ ହୋଇଥିଲେ। ଏହାପରେ ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.