ମହାରାଷ୍ଟ୍ର : ଯୁବତୀଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ମନ୍ତ୍ରୀ ସଂଜୟ ରାଠୋଡ ଦେଲେ ଇସ୍ତଫା

ମୁମ୍ବାଇ : ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ସଂଜୟ ରାଠୋଡ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସାକ୍ଷାତ କରିବା ପରେ ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶୁଣାଯାଉଛି ଟିକ୍‌ଟକ୍‌ ଷ୍ଟାର ନାମରେ ପରିଚିତ ଜଣେ ଯୁବତୀଙ୍କ ଆତ୍ମହତ୍ୟା ମାମଲାରେ ଜଡ଼ିତ ହେବା ନେଇ ଅଭିଯୋଗ ହେବା ପରେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ।

ପୁଣେ ଠାରେ ୮ ଫେବ୍ରୁଆରୀରେ ଜଣେ ୨୩ ବର୍ଷ ବୟସ୍କା ଯୁବତୀ ଏକ କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଉକ୍ତ ଯୁବତୀଙ୍କ ମୃତ୍ୟୁ ପରେ ସୋସିଆଲ୍‌ ମିଡ଼ିଆରେ ଲେଖାଯାଇଥିବା କିଛି ପୋଷ୍ଟ ଓ ଯୁବତୀଙ୍କ ମୃତ୍ୟୁରେ ମନ୍ତ୍ରୀ ସଂଜୟ ରାଠୋଡଙ୍କ ସମ୍ପୃକ୍ତି ନେଇ ବିରୋଧୀ ବିଜେପି ଅଭିଯୋଗ କରିଥିଲେ ।

ଯୁବତୀଙ୍କ ମୃତ୍ୟୁ ପରେ ମନ୍ତ୍ରୀ ସଂଜୟ ରାଠୋଡଙ୍କୁ ପଦରୁ ହଟାଇବା ପାଇଁ ବିଜେପି ଉଦ୍ଧବ ସରକାର ଉପରେ ଚାପ ପକାଇଥିଲେ । ଏହି ମାମଲାରେ ଶିବସେନା ନେତା ସଂଜୟ ରାଉତ କହିଥିଲେ ଯେ ଏହି ମାମଲା ଉପରେ ସରକାର ପଦକ୍ଷେପ ନେବେ । ଫଳ ସ୍ୱରୁପ ଆଜି ମନ୍ତ୍ରୀ ସଂଜୟ ରାଠୋଡ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.