Below header

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ବୁଲେଟ ଟ୍ରେନ ଉପରେ ଲାଗିଲା ବ୍ରେକ୍, ପ୍ରକଳ୍ପର ପୁନଃସମୀକ୍ଷା ପାଇଁ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ବୁଲେଟ ଟ୍ରେନ ଉପରେ ଲାଗିଲା ବ୍ରେକ। ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ହେବାକୁ ଥିବା ଏହି ପ୍ରକଳ୍ପର ପୁନଃସମୀକ୍ଷା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ବିଭିନ୍ନର ପୁନଃ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ ଜାପାନ ସହଭାଗିତାରେ ନିର୍ମାଣ ହେବାକୁ ଥିବା ବୁଲେଟ ଟ୍ରେନ ପ୍ରକଳ୍ପ ମଧ୍ୟ ରହିଛି। ବୁଲେଟ ଟ୍ରେନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ବେଳେ ଏହାକୁ ଅନେକ କୃଷକ ସଂଗଠନ ବିରୋଧ କରିଛନ୍ତି। ରାଜ୍ୟର ଅନେକ ଗ୍ରାମ ଦେଇ ଯାଉଥିବା ପ୍ରକଳ୍ପକୁ ଜାଗା ଛାଡ଼ିବାକୁ ମଧ୍ୟ ଗ୍ରାମବାସୀ ବିରୋଧ କରିଆସିଛନ୍ତି। ମହା ବିକାଶ ଆଘାଡ଼ି ସରକାର ସାଧାରଣ ଲୋକଙ୍କ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ଏହାସହ ପଢନ୍ତୁ:

ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ, କୋଏମ୍ବାଟୁରରେ ଘର ଭୁଶୁଡ଼ି ୧୫ ମୃତ

ଲୋକଙ୍କ ହିତକୁ ପ୍ରାଥମିକତା ସରକାରଙ୍କ ଲକ୍ଷ୍ୟ। ତେବେ ବୁଲେଟ ଟ୍ରେନ ପ୍ରକଳ୍ପ ଉପରେ ରୋକ ଲଗାଇନଥିବା ସେ ସ୍ପଷ୍ଟ କରିଛନ୍ତି। ନ୍ୟାସନାଲ ହାଇ ସ୍ପିଡ ରେଲ କମିଶନ ଦ୍ୱାରା ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ମହାରାଷ୍ଟ୍ର ସରକାରଙ୍କୁ ମୋଟ ପ୍ରକଳ୍ପ ଖର୍ଚ୍ଚର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ତେବେ ରାଜ୍ୟ ସରକାରଙ୍କ ଉପରେ ୫ଲକ୍ଷ କୋଟି ଟଙ୍କାର ଋଣ ଥିବାରୁ ଖୁବ ଶୀଘ୍ର ରାଜ୍ୟର ଆର୍ଥିକ ସ୍ଥିତି ନେଇ ଗୃହରେ ଶ୍ୱେତପତ୍ର ଦାଖଲ ହେବ ବୋଲି କୁହାଯାଇଛି । ଏହା ପୂର୍ବରୁ ଆରେରେ ମେଟ୍ରୋ ରେଲ ସେଡ ନିର୍ମାଣ ଉପରେ ରୋକ ଲଗାଇଛନ୍ତି ଉଦ୍ଧବ ସରକାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.