ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା SDM ଙ୍କ ଜୀବନ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ଉତ୍ତରପ୍ରଦେଶ ମୈନପୁରୀରେ ନିର୍ବାଚନ ଡ୍ୟୁଟି ସମୟରେ SDM ବୀରେନ୍ଦ୍ର କୁମାର ମିତ୍ତଲଙ୍କ ମୃତ୍ୟୁ । ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି ।

ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ନିର୍ବାଚନ ଅଧିକାରୀଙ୍କ ଜୀବନ । ମୈନପୁରୀ ନିର୍ବାଚନ ଡ୍ୟୁଟି ସମୟରେ ଏସଡିଏମ ବୀରେନ୍ଦ୍ର କୁମାର ମିତ୍ତଲଙ୍କ ମୃତ୍ୟୁ ହୋଇଯାଇଛି । ତେବେ ତାଙ୍କ ମୃତ୍ୟୁ ହାର୍ଟଆଟାକ ଯୋଗୁଁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଛି। ଡ୍ୟୁଟି ସମୟରେ ଜଣେ ନିର୍ବାଚନ ଅଧିକାରୀ ପ୍ରାଣ ହରାଇବା ଖବରକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ଆଜିଠାରୁ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମ୍ୟୁନିସିପାଲିଟି ନିର୍ବାଚନ ଆରମ୍ଭ ହେଉଛି । ଏହାପରେ ଆସନ୍ତା ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ମୈନପୁରୀରେ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସବ୍ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଏମ) ବୀରେନ୍ଦ୍ର କୁମାର ମିତ୍ତଲଙ୍କର ମୃତ୍ୟୁ ଘଟିଛି । ବୀରେନ୍ଦ୍ରଙ୍କର ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏନେଇ ତାଙ୍କର ପରିବାରକୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମ୍ୟୁନିସପାଲ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂର୍ବରୁ ଜନତାଙ୍କୁ ଭୋଟ ପାଇଁ ଅପିଲ କରିଥିବା ବେଳେ ସେ ଆଜି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୭ଟି ଜିଲ୍ଲାରେ ୭,୫୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେମାନଙ୍କ ମଧ୍ୟରେ ୧୦ ଜଣ ମେୟର ଓ ୮୨୦ ଜଣ କର୍ପୋରେଟର ରହିଛନ୍ତି ।

ତେବେ ଉତ୍ତରପ୍ରଦେଶର ମୁନିସପାଲ ନିର୍ବାଚନ ମୁଜାଫରନଗର, ସହାରନପୁର, ବିଜନୋର, ଅମରୋହା, ମୁରାବାଦ, ରାମପୁର, ସମ୍ଭଲ, ଆଗ୍ରା, ଫିରୋଜାବାଦ, ମଥୁରା, ମୈନପୁରୀ, ଝାନ୍ସୀ, ଜାଲୋନ, ଲଳିତପୁର, ପ୍ରୟାଗରାଜ, ଫତେହପୁର, ପ୍ରତାପଗଡ, ଗାଜିପୁର, ବାରଣାସୀ, ଚାନ୍ଦୋଲି, ମହାରାଜଗଂଜ ପ୍ରଭୃତି ଅଞ୍ଚଳରେ ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.