ବୁଲିବାକୁ ଇଚ୍ଛା ରଖିଥିଲେ ଖୁସି ଖବର, ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ

ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ । ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛି ମାଲେସିଆ । ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘୋଷଣା କରିଛନ୍ତି ।

ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ । ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛି ମାଲେସିଆ । ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘୋଷଣା କରିଛନ୍ତି ।

ରବିବାର ବିଳମ୍ବିତ ରାତିରେ ପିପୁଲ୍ସ ଜଷ୍ଟିସ ପାର୍ଟି କଂଗ୍ରେସରେ ବାର୍ଷିକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ମାଲେସିଆ ସରକାର ଭିସା ମୁକ୍ତ କରୁଛନ୍ତି । ଏଥିସହ ୩୦ ଦିନର ରହଣି ସୁବିଧା ମଧ୍ୟ ରଖାଯାଇଛି।

ସୂଚନା ମୁତାବକ, ଭାରତୀୟମାନଙ୍କ ପାଇଁ ଥାଇଲାଣ୍ଡ ଭିସାମୁକ୍ତ ପ୍ରବେଶ ଘୋଷଣା କରିଥିଲା। ଏହି ସୁବିଧା ଆସନ୍ତା ମାସରୁ ୨୦୨୪ ମେ’ ପର୍ଯ୍ୟନ୍ତ ଦିଆଯିବ ।  ଶ୍ରୀଲଙ୍କା ମଧ୍ୟ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଭାରତ, ଚୀନ୍ ଏବଂ ଋଷ ସମେତ ସାତୋଟି ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କରିଛି । ତେବେ ଖବର ମୁତାବକ, ଭିଏତନାମ ମଧ୍ୟ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିପାରେ ।

ଭାରତ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କ ସଂଖ୍ୟା ୨୦୧୧ରେ ୧.୪ କୋଟିରୁ କ୍ରମାଗତ ଭାବେ ବଢ଼ି ୨୦୧୯ରେ ୨.୭ କୋଟି ଶିଖରରେ ପହଞ୍ଚିଥିଲା । ଏହାପରେ ମହାମାରୀରେ ୨ ବର୍ଷର ଯାତ୍ରା ପ୍ରତିବନ୍ଧକ ପରେ ୨୦୨୨ରେ ଏହା ପୁଣିଥରେ ୨.୧ କୋଟିରେ ପହଞ୍ଚିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.