ମମତା ବାନାର୍ଜୀଙ୍କ କପାଳରେ ପଡ଼ିଲା ୩ଟି ଷ୍ଟିଚ୍‌, ECG, CT ସ୍କାନ୍ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଣ୍ଡରେ ଆଘାତ ଲାଗିଥିବାରୁ ବର୍ତ୍ତମାନ ସେ ନଜରବନ୍ଦୀରେ ରହିବେ ।

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଣ୍ଡରେ ଆଘାତ ଲାଗିଥିବାରୁ ବର୍ତ୍ତମାନ ସେ ନଜରବନ୍ଦୀରେ ରହିବେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲର ନିର୍ଦ୍ଦେଶକ ଡା. ମଣିମୋୟ ବନ୍ଦୋପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ସିଏମ୍‌ ଘରେ ପଡ଼ିଯିବା କାରଣରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।

ଗତକାଲି ରାତିରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡା. ବନ୍ଦୋପାଧ୍ୟାୟ କହିଛନ୍ତି ଯେ ଚିକିତ୍ସା ପରେ ମମତା ବାନାର୍ଜୀଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କୁ ପଛପଟୁ ଧକ୍କା ଲାଗିଥିଲା, ଯାହାଫଳରେ ସେ ତଳେ ମୁଣ୍ଡ ମାଡ଼ି ପଡ଼ିଯାଇଥିଲେ । ଡାକ୍ତରମାନେ ତାଙ୍କ କପାଳରେ ତିନୋଟି ଷ୍ଟିଚ୍‌ ପକାଇଥିବା ବେଳେ ନାକ ଉପରେ ଗୋଟିଏ ଷ୍ଟିଚ୍‌ ପଡ଼ିଛି ।

ହସ୍ପିଟାଲର ଏଚ୍‌ଓଡି ନ୍ୟୁରୋ ସର୍ଜରୀ, ଏଚ୍‌ଓଡି ମେଡିସିନ୍ ଏବଂ କାର୍ଡିଓଲୋଜିଷ୍ଟ ତାଙ୍କୁ ପରୀକ୍ଷା କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିଲା । ଏଥିପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସ୍ଥିର କରିବାକୁ ପଡ଼ିଥିଲା । ସିଏମ୍‌ଙ୍କର ECG, CT ସ୍କାନ୍ ଭଳି ଆବଶ୍ୟକୀୟ ପରୀକ୍ଷା କରାଯାଇଛି ।

ତାଙ୍କୁ ହସ୍ପିଟାଲରେ ନଜରବନ୍ଦୀରେ ରହିବାକୁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ସେ ଘରେ ରହିବାକୁ ଉଚିତ୍‌ ମଣିଥିଲେ । ସିଏମ୍‌ଙ୍କ ମନିଟରିଂ ଜାରି ରହିବ । ଡାକ୍ତରୀ ଟିମ୍‌ଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଚାଲିବ । ଆସନ୍ତାକାଲି ତାଙ୍କୁ ପୁନର୍ବାର ପରୀକ୍ଷା କରାଯିବା ପରେ ପରବର୍ତ୍ତୀ ଚିକିତ୍ସା ନିଷ୍ପତ୍ତି ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.