ଚା’ ତିଆରି କଲେ ମମତା ବାନାର୍ଜୀ, ନିଜେ ପିଇଲେ ଅନ୍ୟମାନଙ୍କୁ ପିଆଇଲେ

ଭିନ୍ନ ଅନ୍ଦାଜରେ ଦିଦି । ଚା’ ବଗିଚାରେ ମମତା ବାନାର୍ଜୀ । ଜଲପାଇଗୁଡ଼ି ଚା’ ବଗିଚାରେ ଆଜି ଅଚାନକ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଚା’ ବିଗଚା ଶ୍ରମିକଙ୍କ ସହ କଥା ହୋଇଥିଲେ । ତାଙ୍କ ସାଙ୍ଗରେ ମିଶି ଚା’ ପତ୍ର ତୋଳିଥିଲେ । ଜଲପାଇଗୁଡ଼ିରେ ତାଙ୍କୁ ଏକ ଚା’ ଦୋକାନରେ ବି ଦେଖିବାକୁ ମିଳିଛି ।

ଭିନ୍ନ ଅନ୍ଦାଜରେ ଦିଦି । ଚା’ ବଗିଚାରେ ମମତା ବାନାର୍ଜୀ । ଜଲପାଇଗୁଡ଼ି ଚା’ ବଗିଚାରେ ଆଜି ଅଚାନକ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଚା’ ବିଗଚା ଶ୍ରମିକଙ୍କ ସହ କଥା ହୋଇଥିଲେ । ତାଙ୍କ ସାଙ୍ଗରେ ମିଶି ଚା’ ପତ୍ର ତୋଳିଥିଲେ । ଜଲପାଇଗୁଡ଼ିରେ ତାଙ୍କୁ ଏକ ଚା’ ଦୋକାନରେ ବି ଦେଖିବାକୁ ମିଳିଛି । ନିଜ ହାତରେ ଚା ତିଆରି କରିଥିଲେ । ନିଜେ ପିଇବା ସହ ଅନ୍ୟକୁ ପରଷି ଦେଇଥିଲେ ।

ତେବେ ଦିଦିଙ୍କ ପାଇଁ ଏହା ନୂଆ ନୁହେଁ । ପୂର୍ବରୁ ଅନେକ ଥର ତାଙ୍କୁ ଟି ଷ୍ଟଲରେ ଦେଖିବାକୁ ମିଳିଛି । ନିର୍ବାଚନ ପ୍ରଚାରରେ ଗଲାବେଳେ ବାଟରେ କେଉଁଠି ନା କେଉଁଠି ଟି ଷ୍ଟଲକୁ ଚାଲିଯାଇଥାନ୍ତି ମମତା ବାନାର୍ଜୀ । ହାତରେ ଚା’ ତିଆରି କରି ନିଜେ ପିଇବା ସହ ଗ୍ରାହକଙ୍କୁ ବି ପରଷି ଦେଇଥାନ୍ତି ।

ଦେଶର ସମସ୍ତ ରାଜ ନୈତିକ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ସମସ୍ତେ କଠିନ ଚେଷ୍ଟା କରୁଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରିନାଥ କଂଗ୍ରେସ ସଭାପତି ମମତା ବାନାର୍ଜୀ ଜାଲପାଇଗୁରିର ଏକ ସ୍ଥାନୀୟ ଚା ଦୋକାନରେ ଚା ’ପ୍ରସ୍ତୁତ କରି ନିଜେ ପିଇବା ସହ ଅନ୍ୟକୁ ପିଆଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

You might also like