ଆସନ୍ତାକାଲିଠାରୁ ଗ୍ରୀଷ୍ମ ଲହରୀ, ୭ତାରିଖ ପରଠାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ବାୟୁ ପ୍ରବାହିତ ହେଉଛି । ଏହା ସହ ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବାରୁ ତାପମାତ୍ରା ବୃଦ୍ଧି ହୋଇଛି । ବହୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି ଓ କେନ୍ଦୁଝରରେ ଉଷ୍ମ ରାତି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର(କେନ୍ୟୁଜ୍‌): ଅସହ୍ୟ ଖରା । କଲବଲ କରୁଛି ତାତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ ୯ଟାରୁ ଟାଇଁଟାଇଁ ଖରା । ଆଗାମୀ ୫ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟକୁ ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ଓ ତତଲା ବାୟୁ ପ୍ରବାହିତ ହେଉଛି । ଏହା ସହ ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବାରୁ ତାପମାତ୍ରା ବୃଦ୍ଧି ହୋଇଛି । ବହୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି ଓ କେନ୍ଦୁଝରରେ ଉଷ୍ମ ରାତି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହି ସ୍ଥାନ ମାନଙ୍କରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିବ ।

ଆଗାମୀ ୩ଦିନ ଯାଏ ରାଜ୍ଯରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିପାରେ । ଆସନ୍ତାକାଲି ଠାରୁ ଗ୍ରୀଷ୍ମ ଲହରୀ ଓ ଉଷ୍ମ ରାତି ପାଇଁ ମଧ୍ୟ ସତର୍କ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ଆକଳନ କରାଯାଇଛି । ୭ତାରିଖ ପରଠାରୁ କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.