ପଶ୍ଚିମବଙ୍ଗରେ ଶପଥ ନେଲେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳ, ସାମିଲ ହୋଇଛନ୍ତି ୮ ମହିଳା ବିଧାୟିକା

କୋଲକତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖଡ ୪୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ । ଏଥିରେ ଅଛନ୍ତି ୨୪ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି ।

ଏଥିରେ ଅନେକ ନୂଆ ମୁହଁ ସ୍ଥାନ ପାଇଛନ୍ତି । ପୂରୁଣା ବିଧାୟକ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ର ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଅମିତ ମିତ୍ର ଅସୁସ୍ଥତା କାରଣରୁ ନିର୍ବାଚନ ଲଢ଼ିନଥିଲେ । ମମତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୮ ମହିଳା ବିଧାୟିକା । ପୂର୍ବତନ କ୍ରିକେଟର ମନୋଜ ତିଓ୍ଵାରୀ ଓ ପୂର୍ବତନ IPS ଅଫିସର ହୁମାୟୁ କବୀର ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.