ମାନିଲେନି ଚେତାବନୀ… ସ୍ତ୍ରୀ ଆଖି ସାମ୍ନାରେ ହନିମୁନ୍‌ରେ ଯୁବକଙ୍କ ମୃତ୍ୟୁ !

ହନିମୁନ୍‌ରେ ନିୟମ ନ ମାନିବା ପଡ଼ିଲା ମହଙ୍ଗା। ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଥାଇଲାଣ୍ଡରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସମୁଦ୍ରରେ ଗାଧୋଇବା ବେଳେ ହନିମୁନ୍‌ରେ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ୩୪ ବର୍ଷୀୟ ଏହି ବ୍ୟକ୍ତି ସମୁଦ୍ରକୂଳରେ ବିପଦ ସଙ୍କେତ ଅଞ୍ଚଳ ପାର କରି ପହଁରିବାକୁ ଚାଲି ଯାଇଥିଲେ। ଫଳରେ ସମୁଦ୍ରରେ ଭାସିଗଲେ। ମୃତକଙ୍କ ନାଁ ଅଲ୍ଲୀ ମୋହମ୍ମଦ ମିୟାଁ। ଅଲ୍ଲୀ ବ୍ରିଟେନ୍‌ର ବାସିନ୍ଦା। ଜୁଲାଇ ୧୨ରେ ସେ ହନିମୁନ୍‌ ଟ୍ରିପ୍‌ରେ ଥାଇଲାଣ୍ଡର ଫୁକେଟ୍‌ ଆଇସ୍‌ଲାଣ୍ଡରେ ପହଞ୍ଚିଥିଲେ। ସେଠାକାର ଏକ ପଞ୍ଚତାରକା ରିସୋର୍ଟରେ ସେ ରହିଥିଲେ।

ଏ ଅବସରରେ ଅଲ୍ଲୀ ସମୁଦ୍ରକୁ ପହଁରିବାକୁ ଯାଇଥିଲେ। ତାଙ୍କ ସହ ୫୫ ବର୍ଷୀୟ ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ଥିଲେ। ପହଁରିବା ବେଳେ ଅଲ୍ଲୀ ଓ ଉକ୍ତ ଯୁବକ ବିପଦ ସଙ୍କେତକୁ ପାର କରିଯାଇଥିଲେ। ଫଳରେ ସମୁଦ୍ରର ବଡ଼ ବଡ଼ ଲହରୀରେ ଭାସି ଯାଇଥିଲେ। ସିକ୍ୟୁରିଟି ଗାର୍ଡମାନେ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କୁ ପାଇ ନଥିଲେ। ଦୀର୍ଘ ସମୟ ପରେ ତାଙ୍କ ଶରୀର ମିଳିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତର ଅଲ୍ଲୀ ଓ ତାଙ୍କ ସହ ଯାଇଥିବା ବ୍ୟକ୍ତିଙ୍କୁ ମୃତ ଘୋଷିତ କରିଥିଲେ।


ଏ ନେଇ ସ୍ଥାନୀୟ ପୋଲିସ କହିଛି ଯେ ଦୁଇ ଜଣ ବ୍ୟକ୍ତି ସମୁଦ୍ରରେ ବୁଡ଼ି ଯାଇଥିବା ଖବର ଆମ ପାଖରେ ପହଞ୍ଚି ଥିଲା। ଆମେ ତୁରନ୍ତ ରେସ୍‌କ୍ୟୁ ଟିମ୍‌ ନେଇ ପହଞ୍ଚିଥିଲୁ। କିନ୍ତୁ ସେତେବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା। ୨ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ତା’ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ବାରମ୍ବାର ଲୋକମାନେ ନିୟମ ନ ମାନି ଏଠାରେ ପହଁରୁଥିବାରୁ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ପୋଲିସ କହିଛି।

Also Read: ଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ, ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.