Below header

ଭିଡିଓରେ କଏଦ ହେଲା ଏହି ଦୃଶ୍ୟ, ପାଣିସ୍ରୋତରେ ବାଇକ୍ ସହ ଭାସିଗଲେ ଯୁବକ

ପାଣିର ସ୍ରୋତରେ ଭାସିଗଲେ ଯୁବକ । ବାଇକ୍ ସହ ଭାସିଯାଉଥିରେ ଯୁବକ ଜଣକ । କିନ୍ତୁ ଗାଁଲୋକ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଯୁବକଙ୍କର ଜୀବନ ବଞ୍ଚାଇଦେଲେ । ଏହି ଲୋମଟାଙ୍କୁରା ଘଟଣାଟି କଏଦ ହୋଇଛି କ୍ୟାମେରାରେ । ଘଟଣା ଘଟିଛି ମଧ୍ୟପ୍ରଦେଶର ଖରଗାଓଁ ଜିଲ୍ଲାରେ । ଖରଗାଓଁ ଜିଲ୍ଲାର ଜଣେ ଯୁବକ ବାଇକରେ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ । ଏହି ସମୟରେ ରାସ୍ତାରେ ବନ୍ୟା ପାଣି ଚାଲୁଥିଲା । ଯୁବକଙ୍କ ନାଁ ଜିତେନ୍ଦ୍ର ସିଂ । ସେ ଧିରେ ଧିରେ କରି ରାସ୍ତାରେ ଯିବାକୁ ଆରମ୍ଭ କରିଥିଲେ । କିନ୍ତୁ ପାଣିର ସ୍ରୋତରେ ବାଇକ ସହ ଭାସିଯାଇଥିଲେ ଜିତେନ୍ଦ୍ର । ବାଇକଟି ପାଣିରେ ଭାସିଯାଇଥିଲା । କିନ୍ତୁ ଗାଁଲୋକ ଅକ୍ଲାନ୍ତ ପରିଶ୍ରମ କରି ଯୁବକ ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.