Below header

ରାଜନୀତିକୁ ନେଇ ରାଜ୍ୟସଭାରେ ମତ ରଖିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କହିଲେ ନିର୍ବାଚନରେ ସଂସ୍କାର ଜରୁରୀ

ବର୍ତ୍ତମାନ ନିର୍ବାଚନ ସଂସ୍କାର ଜରୁରୀ। ଆଜି ରାଜ୍ୟସଭାରେ ନିର୍ବାଚନ ସଂସ୍କାର ନେଇ ଆଲୋଚନା ବେଳେ ଏହି ମତ ରଖିଛନ୍ତି, ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ସଂସ୍କାର ନେଇ ସେ କିଛି ପ୍ରସ୍ତାବ ରଖିଥିଲେ। କହିଥିଲେ ରାଜନୀତିରେ ଅପରାଧୀକରଣ କଥାଉଠୁଛି। ରାଜନୈତିକ ଦଳ ପ୍ରାର୍ଥୀ ଚୟନ ବେଳେ, ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକଟ ଦେବା ଉଚିତ ନୁହଁ। ଏହାସହ ଭୋଟ ଗଣତି ବେଳେ, ଇଭିଏମ୍‌ ଗଣତି ପୂର୍ବରୁ ପ୍ରଥମେ ଭିଭିପାଟ୍‌ ସ୍ଲିପ୍‌ ଟାଲି କଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନରେ ଆଗ ଭିଭିପାଟ ଟାଲି ପାଇଁ ଦାବି କରିଥିଲେ ବିରୋଧୀ ଦଳ। ଦେଶରେ ରାଜନୈତିକ ଦଳଗୁଡିକ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର କେତେ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ। ସେ କହିଛନ୍ତି ରାଜନୈତିକ ଦଳଗୁଡିକର ଆଭ୍ୟନ୍ତରୀଣ ନିର୍ବାଚନ ଉପରେ ନଜର ରଖିବାକୁ ନିର୍ବାଚନ କମିଶନ ଭଳି ଏକ ସ୍ୱତନ୍ତ୍ର ଏଜେନ୍‌ସୀର ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.