ଘୋଷଣା ହେଲା ଖରିଫ ଚାଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ, ୧୭୫୦ ଟଙ୍କାରୁ ୧୮୧୫ ଟଙ୍କାକୁ ବୃଦ୍ଧି

ଖରିଫ ଚାଷ ଲାଗି ଘୋଷଣା ହୋଇଛି ସର୍ବନିମ୍ନ ସହାୟକ ମୂଲ୍ୟ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରୁ ୧୮୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ତୁଳନାରେ ୩.୭ ପ୍ରତିଶତ ଅର୍ଥାତ ୬୫ ଟଙ୍କା ବୃଦ୍ଧି ହୋଇଛି। ଜୱାର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୨୦ ଓ ମାଣ୍ଡିଆର କ୍ୱିଣ୍ଟାଲ ପିଛା ୨୫୩ ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି କାନ୍ଦୁଲ ଡାଲିର ଏମ୍ଏସ୍ପି ୨୧୫ ଟଙ୍କା, ମୁଗ ଡାଲିର ୭୫ ଟଙ୍କା ବୃଦ୍ଧି କରାଯାଇଛି। ଚିନାବାଦାମ ପାଇଁ ୨୦୦ ଓ ସୋୟାବିନ ପାଇଁ ୩୧୧ ଟଙ୍କା ବୃଦ୍ଧି କରାଯାଇଛି। କପା କ୍ୱିଣ୍ଟାଲ ପିଛା ଏମ୍ଏସ୍ପି ୧୦୦ରୁ ୧୦୫ ଟଙ୍କା ବୃଦ୍ଧି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.