ଟ୍ରେନ ଭିତରେ ଯାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ଦୃର୍ବୁତ୍ତ: ୩ ମୃତ, ୯ ଗୁରୁତର

କେରଳରେ ଆତଙ୍କୀ ଯୋଜନା ! ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ଯୁବକ । ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଏହି ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । କେରଳର କୋଝିକୋଡିରେ ଏମିତି ଘଟଣା ଘଟିଛି ।

କେରଳର କୋଝିକୋଡିରେ ଟ୍ରେନ ଭିତରେ ଘଟିଛି ଭୟଙ୍କର ଘଟଣା। ସାମାନ୍ୟ ପାଟିତୁଣ୍ଡ ଯୋଗୁଁ ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛି ଜଣେ ଯୁବକ। ଫଳରେ ଛୋଟ ପିଲା ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁ ଲଗାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ। ଟ୍ରେନ ବଗିରେ ନିଆଁ ଲାଗି ଯିବା ଯୋଗୁ ଆଉ ୯ ଜଣ ଆହତ ହୋଇଛନ୍ତି। ପୋଲିସକୁ ଟ୍ରେନ ଲାଇନ କଡରୁ ଏକ ବ୍ୟାଗ ମିଳିଛି, ଯେଉଁଥିରେ ଏକ ବୋତଲରେ ପେଟ୍ରୋଲ ଏବଂ ଦୁଇଟି ମୋବାଇଲ ଫୋନ ମିଳିଛି ।

ଘଟଣାଟି ରାତି ୯.୫୦ ମିନିଟରେ କେରଳର କୋଝିକୋଡି ରେଳ ଷ୍ଟେସନ ନିକଟରେ ଘଟିଛି । ପୋଲିସ କହିବାନୁସାରେ, ଅଲଫୁଝା-କନ୍ନୁର ଏକ୍ସପ୍ରେସ ଡି-୧ କୋଚରେ ଏହି ଘଟଣା ଘଟିଛି। ଟ୍ରେନଟି କୋଝିକୋଡ ଷ୍ଟେସନ ଛାଡ଼ିବା ପରେ ରାତି ପ୍ରାୟ ୯.୪୫ରେ ଟ୍ରେନରେ ନିଆଁ ଲାଗି ଯାଇଥିବା ଖବର ଆସିଥିଲା। ଜଣେ ଯୁବକ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛି । ଆଉ ଏପରି କାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଘଟଣାରେ ଛୋଟ ପିଲାଙ୍କ ସମେତ ୩ ଜଣଙ୍କ ମୃତଦେହ ରେଳ ଟ୍ରାକରୁ ଉଦ୍ଧାର କରିଛି। ଘଟଣା ଘଟିବାର ୪ ଘଣ୍ଟା ପରେ ଇଲାଥୁର ଷ୍ଟେସନ ନିକଟରୁ ସେମାନଙ୍କ ମୃତଦେହ ମିଳିଛି।

ସେହିପରି ଟ୍ରାକରୁ ପେଟ୍ରୋଲ ବୋତଲ ଓ ୨ଟି ମୋବାଇଲ ଫୋନ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ନିଆଁ ଲାଗିବା ଯୋଗୁ ଟ୍ରେନଟି କୋରାଫୁଜା ନଦୀ ଉପରେ ଥିବା ବ୍ରିଜ୍ ଉପରେ ରହିଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍ ଏହା ମଧ୍ୟରୁ ତଳକୁ ଡେଇଁଥିଲା।

ସେଠାରେ ପୂର୍ବରୁ ବାଇକ ଯୋଗେ ଅପେକ୍ଷା କରିଥିବା ଲୋକ ସହ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୋଲିସ ଅଭିଯୁକ୍ତର ଫଟୋ ଆଧାରରେ ଖୋଜାଖୋଜି ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.