ଗୋଟିଏ ଟାୟର ସାହାଯ୍ୟରେ ଖୁଣ୍ଟ ଉପର ସାଇକେଲ ଠିଆ କରାଇଲେ ଯୁବକ, ଏପରି ଷ୍ଟଣ୍ଟ ଦେଖି ସମସ୍ତେ ଅବାକ୍‌

ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଭିଡିଓ ଦେଖିବାକୁ ମିଳେ । ଯାହାକୁ ଦେଖିଲେ ଯେ କେହି ବି ଚକିତ ହେବା ସ୍ୱାଭାବିକ । ଆଜିର ଯୁବପିଢ଼ି ବିଶେଷ କରି ଷ୍ଟଣ୍ଟ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି । ସୋସିଆଲ ମିଡିଆରେ ଷ୍ଟଣ୍ଟ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ବି ଘୁରିଯିବ ।

ଭିଡିଓରେ ଜଣେ ବ୍ୟକ୍ତି ଏକ ସାଇକେଲ ସାହାଯ୍ୟରେ ଷ୍ଟଣ୍ଟ ଦେଖାଉଛନ୍ତି । ବ୍ୟକ୍ତି ଜଣକ ମୁଣ୍ଡରେ ହେଲମେଟ ପିନ୍ଧି ଏକ ସାଇକେଲ ଚଲାଇ ଚଲାଇ ଆସୁଛନ୍ତି ଓ ଦର୍ଶକଙ୍କୁ ଉତ୍ସାହିତ କରିବାକୁ କହୁଛନ୍ତି । ତା’ପରେ ସାଇକେଲଟିକୁ ଏକ ଝଟ୍‌କାରେ ଆଗରେ ଥିବା ୭/୮ ଫୁଟର ଏକ ଖମ୍ବ ଉପରକୁ ନେଇ ଯାଉଛନ୍ତି । ପ୍ରଥମ ଝଟ୍‌କାରେ ସାଇକେଲଟିର ଆଗ ଚକ ଖମ୍ବ ମଝିରେ ଝୁଲି ରହୁଥିବାର ଦେଖାଯାଉଛି ।

ପୁନର୍ବାର ବ୍ୟକ୍ତି ଜଣକ ନିଜକୁ ବାଲାନ୍ସ କରି ପୁଣି ଏକ ଝଟକାରେ ସାଇକେଲର ପଛ ଚକକୁ ଖମ୍ବ ଉପରେ ଠିଆ କରିଦେଉଛନ୍ତି । ଯାହାକୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଖୋସି ହୋଇଯିବ । ଖବର ଲେଖା ହେବା ପର୍ଯ୍ୟନ୍ତ ଏହାକୁ ୪୫ ହଜାରରୁ
ଅଧିକ ଲୋକ ଦେଖିସାରିଲେଣି । ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.