ଦୀପାବଳି ଧମାକା ଅଫର୍‌! ମାତ୍ର ୧୦୧ ଟଙ୍କାରେ ଘରକୁ ନେଇ ଆସନ୍ତୁ ୧୫,୦୦୦ ଟଙ୍କିଆ ସ୍ମାର୍ଟଫୋନ

ଫେଷ୍ଟିଭ୍‌ ସିଜନରେ ଲୋକମାନେ ନିଜ ପାଇଁ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରି ଥାଆନ୍ତି। ଯଦି ଆପଣ ମଧ୍ୟ ନିଜ ପାଇଁ ଏକ ନୂଆ ଫୋନ୍ କିଣିବାକୁ ଭାବୁଛନ୍ତି, ତା’ ହେଲେ Vivo ଆପଣଙ୍କ ପାଇଁ ଏକ ଧମାକାଦାର ଅଫର ନେଇ ଆସିଛି। କମ୍ପାନୀ ନିଜର Big Joy Diwali Saleରେ ବହୁତ କମ୍‌ ଦାମ୍‌ରେ ଫୋନ୍ କିଣିବାର ସୁଯୋଗ ଦେଉଛି। ଆପଣ ଏହି ଅଫରର ଲାଭ ଉଠାଇ ଅତି ଶସ୍ତା ଦାମ୍‌ରେ ନିଜ ପସନ୍ଦର Vivo ସ୍ମାର୍ଟଫୋନକୁ ଘରକୁ ନେଇ ପାରିବେ। ସେଲ୍‌ରେ କମ୍ପାନୀ ୟୁଜରମାନଙ୍କୁ ଆକର୍ଷଣୀୟ କ୍ୟାସବ୍ୟାକ୍ ମଧ୍ୟ ଦେଉଛି। ଖାସ୍‌ କଥା ହେଉଛି କି, ଏହି ସେଲରେ ଆପଣ ୧୦୧ ଟଙ୍କାରେ ବି ଫୋନ୍ କିଣି ପାରିବେ। ଆସନ୍ତୁ ଜାଣିବା କିପରି…।

ଏଠାରେ ମିଳିବ ୮,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

Vivo ନିଜର X80 ଏବଂ V25 ସିରିଜରେ ବମ୍ପର ଡିସ୍‌କାଉଣ୍ଟ ଦେଉଛି। ଗ୍ରାହକମାନଙ୍କ ପାଇଁ ଏହି ଡିସ୍‌କାଉଣ୍ଟ ICICI Bank ଏବଂ SBIର ବ୍ରାଣ୍ଡ ଇଏମ୍‌ଆଇ (Brand Emi)ରୁ ପେମେଣ୍ଟ କରିବା ଉପରେ ମିଳିବ। ଏହି ଅଫରରେ ଆପଣଙ୍କୁ X80 ସିରିଜର ସ୍ମାର୍ଟଫୋନ୍ କ୍ରୟ ଉପରେ ୮,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଏବଂ V25 ସିରିଜ୍ ସ୍ମାର୍ଟଫୋନ୍ କ୍ରୟ ଉପରେ ୪,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। ଏହା ସହିତ ଆପଣ କେବଳ ୧୦୧ ଟଙ୍କାର ଇନିସିଆଲ୍‌ ପେମେଣ୍ଟ କରି X ଏବଂ V ସିରିଜ୍ ସ୍ମାର୍ଟଫୋନ୍ କିଣି ପାରିବେ। ଅନ୍ୟ ପଟେ ଯଦି ଆପଣ ୧୫,୦୦୦ ଟଙ୍କାରୁ ଅଧିକ କିମ୍ବା ଆଡ୍‌ଭାନ୍ସରେ ଫୁଲ୍‌ ପେମେଣ୍ଟ କରି ଏହି ସିରିଜ୍‌ର ସ୍ମାର୍ଟଫୋନ୍ କିଣୁଛନ୍ତି, ତ ଆପଣଙ୍କୁ ୬ ମାସର ଅତିରିକ୍ତ ୱାରେଣ୍ଟି ମଧ୍ୟ ମିଳିବ।

Jio Digital Life ସହିତ କରି ପାରିବେ ୧୦,୦୦୦ ଟଙ୍କାର ସଞ୍ଚୟ

Vivo ନିଜର Y ସିରିଜ୍ ସ୍ମାର୍ଟଫୋନ ଉପରେ ମଧ୍ୟ ବମ୍ପର ଅଫର ଏବଂ ଡିସ୍‌କାଉଣ୍ଟ ଦେଉଛି। ଯଦି ଆପଣ ୧୫,୦୦୦ରୁ ଅଧିକ ମୂଲ୍ୟର Y ସିରିଜ୍ ସ୍ମାର୍ଟଫୋନ୍ କିଣୁଛନ୍ତି, ତା’ ହେଲେ ଆପଣଙ୍କୁ ମାତ୍ର ୧୦୧ ଟଙ୍କାର ଇନିସିଆଲ ପେମେଣ୍ଟ କରିବାକୁ ହେବ। ଯେତେବେଳେ କି, ICICI Bank, SBI ଏବଂ ଅନ୍ୟ ବ୍ୟାଙ୍କର ବ୍ରାଣ୍ଡ ଇଏମ୍‌ଆଇରୁ ପେମେଣ୍ଟ କରିବା ଉପରେ ଆପଣଙ୍କୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। ଅନ୍ୟ ପଟେ Vivoର Y ସିରିଜ୍ ସ୍ମାର୍ଟଫୋନ ଉପରେ Jio Digital Life ସହିତ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ। ସେପଟେ ଆପଣଙ୍କୁ X ଏବଂ V ସିରିଜ୍ ସ୍ମାର୍ଟଫୋନ୍ ଭଳି ଏଠାରେ ଅତିରିକ୍ତ ୬ ମାସର ୱାରେଣ୍ଟି ବି ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.