ଝିଅକୁ ପାଖ ସିଟ୍ରେ ଶୁଆଇ ମହିଳା ଚଲାଉଛନ୍ତି Uber କ୍ୟାବ୍! କାହାଣୀ ଶୁଣିବା ପରେ ସୋସିଆଲ ମିଡିଆରେ ସେୟାର କଲେ ଯୁବକ

CloudSEKର ସିଇଓ ରାହୁଲ ସାସି ବେଙ୍ଗାଲୁରୁରେ Uberରେ ଯାତ୍ରା କରୁଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ସାଉଁଟିଥିଲେ। ଯେତେବେଳେ ସେ ନିଜ Uber କ୍ୟାବ୍ ଆସିବାକୁ ଅପେକ୍ଷା କରିଥିଲେ, ତ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି, ତାଙ୍କ Uber ଡ୍ରାଇଭର କୌଣସି ପୁରୁଷ ନୁହେଁ, ବରଂ ମହିଳା ଥିଲେ। ଆଉ ପାର୍ଶ୍ୱରେ ତାଙ୍କ ଝିଅ କାର୍ରେ ଶୋଇଥିଲେ। ଏପରି ଦୃଶ୍ୟ ଦେଖି ରାହୁଲଙ୍କୁ ମହିଳାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆହୁରି ଆଗ୍ରହ ହୋଇଥିଲା। ତାଙ୍କ ବିଷୟରେ ସବୁ କଥା ଜାଣିବା ପରେ ସେ ନିଜ ଲିଙ୍କ୍ଡଇନ ଫଲୋୟର୍ସଙ୍କ ସହ କାହାଣୀ ସେୟାର କରିଥିଲେ ଏବଂ କହିଥିଲେ କି, ମହିଳା ଜଣକ କିପରି ଭାବେ ନିଜ ଜୀବନରେ ସଂଘର୍ଷ କରୁଛନ୍ତି।
ସିଇଓ ରାହୁଲ ମହିଳାଙ୍କ ସହିତ ଏକ ଫଟୋ ମଧ୍ୟ ଉଠାଇଥିଲେ ଏବଂ ନିଜର ଲମ୍ବା ପୋଷ୍ଟ ସହିତ ସୋସିଆଲ ମିଡିଆରେ ସେୟାର କରିଥିଲେ। ରାହୁଲ ସାସି ଯେଉଁ ପୋଷ୍ଟ୍ ସେୟାର କରିଛନ୍ତି, ସେଥିରେ ସେ କହିଛନ୍ତି କି, ‘ଉବର ଡ୍ରାଇଭରଙ୍କ ନାମ ନନ୍ଦିନୀ। ସେ ଜଣେ ବ୍ୟବସାୟୀ ହେବାକୁ ଇଚ୍ଛା ରଖିଥିଲେ। ସେ କିଛି ବର୍ଷ ତଳେ ଏକ ଫୁଡ୍ ଟ୍ରକ୍ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲେ। ଯଦିଓ କରୋନା ଯୋଗୁ ତାହା ଚାଲିପାରି ନ ଥିଲା ଏବଂ ଏଥିପାଇଁ ସେ ନିଜ ସଞ୍ଚୟ ସବୁ ଖର୍ଚ୍ଚ କରି ଦେଇଥିଲେ’।

ରାହୁଲ ଆହୁରି କହିଥିଲେ କି, ‘ମହିଳା ଜଣକ ଦିନରେ ୧୨ ଘଣ୍ଟା କାମ କରନ୍ତି। ସେ ମୋତେ କହିଥିଲେ, ଯଦି ତାଙ୍କୁ ସେହି କାମ କରିବାର ଅଛି, ତ କରିବେ। କାମ କରିବାରେ ତାଙ୍କୁ କୌଣସି ଅସୁବିଧା ନାହିଁ। ସେ ପଇସା ସଞ୍ଚୟ କରିବାକୁ ଚାହୁଁଛନ୍ତି। ଯାହା କିଛି ବି ହରାଇଥିଲେ, ତାକୁ ପୁଣିଥରେ ଗଢ଼ିବାକୁ ଚାହୁଁଛନ୍ତି’।
ଶେଷରେ ଯେତେବେଳେ ରାହୁଲ ସାସିଙ୍କୁ ଯିବାର ଥିଲା, ତ ସେହି ସମୟରେ ମହିଳାଙ୍କ ସହିତ ଏକ ଫଟୋ ଉଠାଇଥିଲେ ଏବଂ ତାଙ୍କ କାହାଣୀ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ସେୟାର କରିଥିଲେ। ଏହି ପୋଷ୍ଟ୍କୁ ଏ ପର୍ଯ୍ୟନ୍ତ ୩ ଲକ୍ଷ ଲାଇକ୍ସ ଏବଂ ଅନେକ କମେଣ୍ଟସ୍ ମିଳିଛି। କିଛି ଲୋକ ତାଙ୍କ ପୋଷ୍ଟକୁ ପ୍ରେରଣାଦାୟକ ବୋଲି କହିଥିଲେ। ଜଣେ ୟୁଜର ଲେଖିଛନ୍ତି, ‘ଏହା ଜଣେ ବ୍ୟବସାୟୀର ଭାବନା। ଗୋଟିଏ ନିଅାଁ, ଯାହା ସମସ୍ତ ସମସ୍ୟା ବିରୋଧରେ ଜଳି ଚାଲିଥାଏ। ଆସନ୍ତୁ ପ୍ରୋତ୍ସାହନ ଦିଅନ୍ତୁ’। ଅନ୍ୟ ଜଣେ ବ୍ୟକ୍ତି କହିଥିଲେ କି, ‘ବାସ୍ତବରେ କାହାଣୀ ଏବଂ ସମସ୍ତ ବାଧା ସହ ଲଢ଼ିବାରେ ମହିଳାଙ୍କ ଦୃଢ଼ ସଂକଳ୍ପକୁ ପ୍ରଶଂସା କରୁଛୁ, ଯାହାକୁ ସମସ୍ତେ ଧ୍ୟାନ ଦେବା ଉଚିତ୍। ଶୁଭକାମନା। ଭଗବାନ ସେହି ମହିଳା ଏବଂ ତାଙ୍କ ପରିବାରକୁ ଆଶୀର୍ବାଦ ଦିଅନ୍ତୁ’।