ଜାମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ୩ କର୍ମଚାରୀ ଗୁରୁତର ଆହତ

ଜାମସେଦପୁର : ଝାଡଖଣ୍ଡର ଜାମସେଦପୁରରେ ବର୍ତ୍ତମାନ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୀଷଣ ଲାଗିଛି ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି।

ତେବେ ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଟିଏମଏଚରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ ଲୋକମାନେ ଭୟରେ ଇଆଡେ ସିଆଡେ ଦୌଡିବାକୁ ଲାଗିଥିଲେ।

ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ। କିନ୍ତୁ କୁହାଯାଉଛି ଘଟଣା ଘଟିବା ସମୟରେ ବ୍ୟାଟ୍ରି ନମ୍ବର ୫ ଏରିୟାରେ କାମ ଚାଲୁଥିଲା। ପ୍ଲାଣ୍ଟର କୋକ ଡିଭିଜନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କୋକ ପ୍ଲାଣ୍ଟର ବ୍ୟାଟେରୀ ନମ୍ବର ୫,୬ ଏବଂ ୭ କ୍ରସ ଓଭରରେ ଅଚାନକ ବ୍ଲାଷ୍ଟ ହେଲା।

ଦୁର୍ଘଟଣା ପରେ କର୍ମଚାରୀମାନେ କହିଛନ୍ତି କି ବିଶାକ୍ତ ଗ୍ୟାସ ଯୋଗୁଁ ସେମାନେ ଅସୁସ୍ଥ ହୋଇପଡିବା ସହ ସେମାନଙ୍କ ଛାତିରେ ଯନ୍ତ୍ରଣା ହେଉଛି । ଏଭଳି ଅଭିଯୋଗ ଆସିବା ପରେ ପ୍ଲାଣ୍ଟ ପକ୍ଷରୁ ସେମାନଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଛି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଏହି ଘଟଣାର ପୃଷ୍ଟି କରିବା ସହିତ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି। ସେ ଟ୍ଵିଟ କରି ଜଣାଇଛନ୍ତି ଯେ ଜାମସେଦପୁରରେ ଟାଟା ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ ହେବାର ଖରବ ମିଳିଛି। ଜିଲ୍ଲା ପ୍ରଶାସନ, ଟାଟା ଷ୍ଟିଲ ପ୍ରବନ୍ଧନଙ୍କ ସହ କଥାବାର୍ତ୍ତା କରାଇ ଆହତଙ୍କ ଚିକିତ୍ସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.