ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ରାମଲୀଳା ମୈଦାନରେ ହେବ ବିରାଟ ସମାବେଶ

ନୂଆଦିଲ୍ଲୀ (କେନ୍ୟୁଜ୍) : ରାମଲୀଳା ମୈଦାନରେ ହେବ ବିରାଟ ସମାବେଶ । ଏଥିପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାରେ ଲାଗିଛି । ପାଖାପାଖି ୫ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ବିଭିନ୍ନ ସ୍ଥାନରୁ ଲୋକେ ପଦଯାତ୍ରା କରି ରାମଲୀଳା ମୈଦାନରେ ପହଞ୍ଚୁଛନ୍ତି । ଅପରାହ‌ଣ ୪ଟା ପର‌୍ୟ୍ୟନ୍ତ ଧର୍ମସଭା ଚାଲିବ ।

ram leelaଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଧେୟକ ଉପସ୍ଥାପନ କରିବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏପରି ସମାବେଶ କରାଯାଉଛି । ଆସନ୍ତା ୧୧ ତାରିଖରେ ସଂସଦର ଶୀତଅଧିବେଶନ ଆରମ୍ଭ ହେଉଛି । ଏହାର ଦୁଇ ଦିନ ପୂର୍ବରୁ ଏପରି ଏକ ବିଶାଳ ଧର୍ମସଭା କରାଯାଉଛି ।

You might also like