ଭାରତର ଆଉ ଜଣେ ଶତ୍ରୁ ନିପାତ, ଉଧମପୁର ଆକ୍ରମଣର ମାଷ୍ଟରମାଇଣ୍ଡ୍‌ଙ୍କୁ ପାକିସ୍ତାନରେ ଗୁଳି କରି ହତ୍ୟା

ଭାରତର ଆଉ ଜଣେ ଶତ୍ରୁ ହଞ୍ଜଲା ଅଦନାନ୍‌ଙ୍କୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଛି। କରାଚିରେ ଅଜ୍ଞାତ ବନ୍ଧୁକଧାରୀ ଅଦନାନ୍‌ଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ଲସ୍କର ହଫିଜ ସଇଦଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ ଏବଂ ଉଧମପୁର ବିଏସ୍‌ଏଫ୍‌ କାର୍‌କେଡ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ।

ହଞ୍ଜଲା ଅଦନାନ୍‌ ଭାରତ ପାଇଁ ଥିଲେ ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ। ଡିସେମ୍ବର ୨ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୂଚନାନୁସାରେ, ପାକିସ୍ତାନୀ ମିଲି ମୁସଲିମ ଲିଗର ଜଣେ ସଦସ୍ୟ ଉତ୍ତର ନଜିମାବାଦ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟାଇଛନ୍ତି, ଯେଉଁଥିରେ ହଞ୍ଜଲା ଅଦନାନଙ୍କ ମୃତ୍ୟୁ ହୋଇଛି।

୨୦୧୬ରେ ହଞ୍ଜଲା ପମ୍ପୋରରେ ସିଆର୍‌ପିଏଫ୍‌ କାର୍‌କେଡ ଉପରେ ଆକ୍ରମଣ କରାଇଥିଲେ। ଏହି ଆକ୍ରମଣରେ ୮ ଜଣ ଯବାନ ସହିଦ ହୋଇଥିବାବେଳେ ୨୨ ଜଣ ଆହତ ହୋଇଥିଲେ। ଏହା ପୂର୍ବରୁ ୨୦୧୫ରେ ଜମ୍ମୁର ଉଧମପୁରରେ ବିଏସ୍ଏଫ୍ କାର୍‌କେଡ ଉପରେ ଆକ୍ରମଣର ହଞ୍ଜଲା ମାଷ୍ଟରମାଇଣ୍ଡ୍‌ ଥିଲେ। ଏହି ଆକ୍ରମଣରେ ୨ ବିଏସ୍ଏଫ୍ ଯବାନ ସହିଦ ହୋଇଥିବାବେଳେ ୧୩ ଜଣ ଯବାନ ଆହତ ହୋଇଥିଲେ।

ଏନ୍‌ଆଇଏ ଏହି ଆକ୍ରମଣର ତଦନ୍ତ କରିଥିଲା ଏବଂ ୨୦୧୫ ଅଗଷ୍ଟ ୬ରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଦୁଇଟି ଆକ୍ରମଣରେ ହଞ୍ଜଲା ପାକିସ୍ତାନରେ ବସି ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଏହା ବ୍ୟତୀତ ଜମ୍ମୁ-କାଶ୍ମୀରର ଶ୍ରୀନଗର ଏବଂ ପୁଲୱାମା ଅଞ୍ଚଳରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.