ଭଲ ପାଇବା ଅର୍ଥ ନୁହେଁ ଯେ ପ୍ରେମିକା ସମ୍ପର୍କ ରଖିବାକୁ ସହମତି ପ୍ରକାଶ କଲେ : କେରଳ ହାଇକୋର୍ଟ

କେରଳ : ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ କେବଳ ପ୍ରେମ ସମ୍ପର୍କ ସୂଚାଏ ନାହିଁ ଯେ ପ୍ରେମିକା ସେକ୍ସ(ଶାରୀରିକ ସମ୍ପର୍କ) ରଖିବା ପାଇଁ ଏକମତ ହେଲେ ବୋଲି । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପିଟିସନର ଶୁଣାଣି କରି କେରଳ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଆର୍‌ ନାରାୟଣ ପିସର୍ଦୀ ତାଙ୍କ ରାୟରେ କହିଥିଲେ ଯେ ପ୍ରେମରେ ପଡ଼ିବା ଅର୍ଥ ନୁହେଁ ଯେ ମହିଳା ଜଣକ ଦୈହିକ ସମ୍ପର୍କ ରଖିବାକୁ ସମ୍ମତି ଦେଇଛନ୍ତି । ପ୍ରେମରେ ପଡ଼ି ପ୍ରେମିକା ପ୍ରକାଶ କରିଥିବା ଅସହାୟତାକୁ ତା’ର ସହମତି ବୋଲି ଧରାଯିବ ନାହଁ । କାରଣ ସମ୍ମତି ଓ ଅସହାୟତା ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି ।

ପ୍ରକାଶଯୋଗ୍ୟ ଯେ କେରଳ ହାଇକୋର୍ଟ ଶ୍ୟାମ ଶୁଭମ ନାମକ ଜଣେ ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଆବେଦନ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଟ୍ରାଏଲ କୋର୍ଟ ଶ୍ୟାମଙ୍କୁ ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଥିଲେ । ଏହାପରେ ସେ ଟ୍ରାଏଲ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ଆବଦେନ କରିଥିଲେ । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଶ୍ୟାମ ଓ ପୀଡ଼ିତା ପରସ୍ପରକୁ ଭଲ ପାଉଥିଲେ । ୨୦୧୩ ରେ ଶ୍ୟାମ ଉକ୍ତ ପୀଡ଼ିତାଙ୍କୁ ମହିସୂର ନେଇ ସେଠାରେ ତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ ।

ଆହୁରି ମଧ୍ୟ କୋର୍ଟ କହିଥିଲେ ଯେ ଶ୍ୟାମ ପୀଡ଼ିତଙ୍କ ସମସ୍ତ ସୁନା ଅଳଙ୍କାର ବିକ୍ରି କରିଦେଇଥିଲେ । ଏହାପରେ ତାଙ୍କୁ ଗୋଆ ନେବାକୁ କହିଥିବା ବେଳେ ପୀଡ଼ିତା ରାଜି ନହେବାରୁ ତାଙ୍କ ଘର ନିକଟରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ । ଫଳରେ ସେ ବାଧ୍ୟହୋଇ ତାଙ୍କ ସହ ଯାଇଥିଲେ । ଶ୍ୟାମ ସେଠାରେ ମଧ୍ୟ ତାଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ତେଣୁ ଦୋଷୀକୁ ଆଇପିସିର ଧାରା ୩୬୬ ଏବଂ ୩୭୬ (ଅପହରଣ ଏବଂ ଦୁଷ୍କର୍ମ) ଅନୁଯାୟୀ ଦଣ୍ଡିତ କରାଯିବ। ବମ୍ବେ ହାଇକୋର୍ଟଙ୍କ ବିବାଦୀୟ ନିଷ୍ପତ୍ତି ‘ସ୍କିନ ଟୁ ସ୍କିନ’ କଣ୍ଟାକ୍ଟ ସୁପ୍ରିମକୋର୍ଟ ରେ ଖାରଜ ହେବା ପରେ କେରଳ ହାଇକୋର୍ଟ ଶ୍ୟାମ ପିଟିସନର ଶୁଣାଣିରେ ଏହି ରାୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.