ହସ୍ପିଟାଲ ବେଡରେ ମେଟା ସିଇଓ ମାର୍କ ଜୁକରବର୍ଗ, ସେୟାର କଲେ ଫଟୋ

ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଏହି ପୋଷ୍ଟରେ ଡାକ୍ତର ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ପୋଷ୍ଟ ସେୟାର କରିଥିବାରୁ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି ।

ମିକ୍ସ ମାର୍ଶଲ ଆର୍ଟ (MMA) ତାଲିମ ସମୟରେ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଏନେଇ ସେ ଆଣ୍ଠୁରେ ଏକ ସର୍ଜରୀ କରିଛନ୍ତି । ଆସନ୍ତା ବର୍ଷ ଆରମ୍ଭରେ ଜୁକରବର୍ଗ ଏକ ପ୍ରତିଯୋଗିତାମୂଳକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଘୋଷଣା କରିଛନ୍ତି ।

ସୂଚନା ଥାଉକି ଜୁକରବର୍ଗ ୨୦୨୦ ଠାରୁ ମାର୍ଶଲ ଆର୍ଟ ଅଭ୍ୟାସ କରୁଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଏହି ପୋଷ୍ଟରେ ଡାକ୍ତର ଏବଂ ତାଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି । ସେ ହସ୍ପିଟାଲ ବେଡରେ ଥିବା ସମୟରେ ନିଜର ପୋଷ୍ଟ ସେୟାର କରିଥିବାରୁ ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି । ସେୟାର ହୋଇଥିବା ପୋଷ୍ଟରେ ସେ କହିଛନ୍ତି ଯେ, ସ୍ପ୍ୟାରିଙ୍ଗ ସମୟରେ ସେ ଆଘାତ ପାଇଥିଲେ। ତେଣୁ ତାଙ୍କର ସର୍ଜରୀ କରାଯାଇଥିବା ସେ କହିଛନ୍ତି । ତାଙ୍କର ଯତ୍ନ ନେଉଥିବା ଡାକ୍ତର ଏବଂ ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଗତ ମାସରେ ଜୁକରବର୍ଗ ଇନଷ୍ଟାଗ୍ରାମରେ ଏକ ସେଲଫି ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କ ଚେହେରା ଫୁଲିଥିଲା, ଆଖି ତଳେ ଏବଂ ନାକ ଉପରେ କ୍ଷତ ହୋଇଥିବା ଦେଖାଯାଇଥିଲା । ଫାଇଟିଙ୍ଗ କଣ୍ଟ୍ରୋଲ ବାହାରକୁ ଆସିବା ପରେ ଏଭଳି ଘଟିଥିବା ମେଟା ସିଇଓ କହିଛନ୍ତି । ସେ କହିଥିଲେ ଯେ କମ୍ପିଟିଶନ ଟିକେ କଣ୍ଟ୍ରୋଲ ବାହାରକୁ ଯାଇଛି । ମୋର ଅବତାର ଅପଡେଟ୍ ହେବାର ଆବଶ୍ୟକ ହୋଇପାରେ ।

ଜୁକରବର୍ଗ ଦୀର୍ଘ ସମୟ ଧରି MMA ଏବଂ ଜିୟୁ-ଜିତ୍ସୁ ପରି ଖେଳରେ ସାମିଲ ରହିଛନ୍ତି । ନିକଟରେ ଜୁକରବର୍ଗଙ୍କୁ ତାଙ୍କ ପ୍ରଶିକ୍ଷକ ପ୍ରଫେସର ଡେଭ୍‌ କ୍ୟାମାରିଲୋଙ୍କ ଦ୍ୱାରା ବ୍ରାଜିଲର ଜିୟୁ-ଜିତ୍ସୁରେ ଏକ ବ୍ଲୁ ବେଲ୍ଟରେ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.