ବଢିଲା ଏମ୍‌. ଜେ. ଆକବରଙ୍କ ଅଡୁଆ, ଅସଦାଚରଣ ପରେ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ(କେନ୍ଯୁଜ୍): ବଢିଲା ଏମ୍‌. ଜେ. ଆକବରଙ୍କ ଅଡୁଆ । ଅସଦାଚରଣ ପରେ ଏବେ ଦୁଷ୍କର୍ମ ଅଭିଯୋଗ । ନେସନାଲ ପବ୍ଲିକ୍‌ ରେଡିଓ ବା ଏନ୍‌ପିଆରର ଚିଫ୍‌ ବିଜ୍‌ନେସ୍‌ କୋରେସ୍‌ପଣ୍ଟେଣ୍ଟ ପଲ୍ଲବୀ ଗୋଗୋଇ, ଏମ୍‌. କେ ଆକବରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ୧୯୯୪ ମସିହାରେ ତାଙ୍କୁ ଆକବର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ସେତେବେଳେ ସେ ଏସିଆନ୍‌ ଏଜ୍‌ରେ ଓପନ ପେଜ୍‌ ଏଡିଟର ଭାବେ କାମ କରୁଥିଲେ । ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା।

ଓ୍ଵାଶିଂଟନ୍‌ ପୋଷ୍ଟର ଏକ ଆର୍ଟିକିଲ୍‌ରେ ସେ ଲେଖିଛନ୍ତି, ଏକ ଆସାଇନ୍‌ମେଣ୍ଟ ପାଇଁ ସେ ଜୟପୁରର ଏକ ହୋଟେଲକୁ ଯାଇଥିଲେ । ସେଠାରେ ତାଙ୍କୁ ଏମ୍‌. ଜେ. ଆକବର ଦୁଷ୍କର୍ମ କରିଥିଲେ । ଏମ୍‌. ଜେ. ଆକବର ତାଙ୍କୁ ପ୍ରଥମେ କିସ୍‌ କରିବାକୁ ଉଦ୍ୟମ କରିଥିଲେ । ଏହାର ସେ ପ୍ରତିବାଦ କରିଥିଲେ । ଫଳରେ ତାଙ୍କ ମୁହଁରେ ଆଘାତ ଲାଗିଥିଲା । ତେବେ ଗୋଗୋଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍‌. ଜେ. ଆକବରଙ୍କ ଓକିଲ ସନ୍ଦୀପ କପୁର । ଏପରି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ତାଙ୍କ ଓକିଲ । ମି-ଠୁ ଅଭିଯୋଗରେ ଛନ୍ଦି ହେବା ପରେ ଏମ୍‌.ଜେ.ଆକବର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ନାଁ ୨୦ରୁ ଅଧିକ ମହିଳା ଅସଦାଚରଣ ଅଭିଯୋଗ ଆଣିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.