ଲକ୍‌ଡାଉନ୍‌ ଲଗାଇବାରୁ ଗଭର୍ନରଙ୍କୁ ମିଳିଲା ହତ୍ୟା ଧମକ, ରାଜ୍ୟରେ ହତିଆର ର‍୍ୟାଲି କରିବାକୁ କଲେ ଘୋଷଣା

ଓ୍ଵାଶିଂଟନ୍‌ : ଆମେରିକାରେ ଲକ୍‌ଡାଉନ୍‌ ଲଗାଇବା ଏବେ ଏକ ବଡ଼ ସମସ୍ୟା ହୋଇଛି । କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଲଗାଇବାକୁ ନେଇ ଘୋର ବିରୋଧ କରାଯାଉଥିବା ଦେଖାଯାଉଛି । ଲକ୍‌ଡାଉନ୍‌କୁ ନେଇ ବଡ଼ ସମସ୍ୟା ସୃଷ୍ଟି ହୋଇଛି ମିଶିଗନ୍‌ରେ ।

ମିଶିଗନ୍‌ରେ ଲକ୍‌ଡାଉନ୍‌କୁ ଏତେ ବିରୋଧ କରାଯାଇଛି ଯେ ଲକ୍‌ଡାଉନ୍‌ ପାଇଁ ଗଭର୍ନର ଗ୍ରେଟ୍‌ଚେନ୍‌ ହ୍ଵିଟ୍‌ମର୍‌ଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ଫେସ୍‌ବୁକ୍‌ରେ ଦିଆଯାଇଛି ଏହି ହତ୍ୟା ଧମକ ।

ଫେସ୍‌ବୁକ୍‌ରେ କେହି କେହି ଗଭର୍ନରଙ୍କୁ ମାରିବାକୁ ଚାନ୍ଦା ଏକତ୍ର କରିବାକୁ ମଧ୍ୟ ବାର୍ତ୍ତା ଦେଇଥିବା ଦେଖାଯାଇଛି । ରାଜ୍ୟରେ ଖୁବ୍‌ ଶୀଘ୍ର ହତିଆର ସହ ର‍୍ୟାଲି କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଛି ।

ଜଣେ ୟୁଜର ଲେଖିଛନ୍ତି ଯେ‘ କେହି ଆସି ଗଭର୍ନରକୁ ସବୁ ଦିନ ପାଇଁ ନେଇ ଯାଆନ୍ତା କି’ । ଆଉ ଜଣେ ୟୁଜର ଲେଖିଛନ୍ତି ‘ ଏବେ କଥା କହିବାର ସମୟ ନୁହେଁ କାମ କରିବାର ସମୟ’। ଫେସ୍‌ବୁକ୍‌ରୁ ଏହି ସବୁ ଏକାଉଣ୍ଟ୍‌କୁ ଏବେ ହଟାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.