ମାନିବାକୁ ପଡିବ ଚୋରର ସାହସକୁ : ଲଢୁଆ ବିମାନ ମିଗ୍‌-୨୧ର ଚୋରାଇନେଲା ଚକା

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରBKT ଏୟାରଫୋର୍ସ ଷ୍ଟେସନରୁ ଫାଇଟର ଜେଟ୍‌ ମିରେଜ୍‌ରୁ ଚକ ଚୋରି ହୋଇଯାଇଛି। ମିରେଜ ଚକ୍‌ ନେଇ ଯାଉଥିବା ଏକ ଟ୍ରେଲର ଟ୍ରାଫିକ୍‌ ଜାମ୍‌‌ରେ ଫସିଥିବା ବେଳେ ସ୍ପର୍ପିଓରେ ଆସିଥିବା ଚୋର ମିରେଜ୍‌ ଚକ ଚୋରି କରିନେଇଥିବା କୁହାଯାଉଛି। ଚୋରି ନେଇ ଜଣାପଡ଼ିବା ପରେ ଟ୍ରକ୍‌ ଡ୍ରାଇଭର ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ବାୟୁସେନା ଟ୍ରେଲର ଚାଳକକୁ ମଧ୍ୟ ପଚାରାଉଚରା କରୁଛି।

ଟ୍ରେଲର ଡ୍ରାଇଭର ହେମ ସିଂହ କହିଛନ୍ତି ଯେ, ଗତ ୨୭ ନଭେମ୍ବର ରାତି ପ୍ରାୟ ୨ଟାରେ ଯୋଧପୁର ବାୟୁସେନା ଷ୍ଟେସନରୁ ଟ୍ରେଲର ନଂ ଆରଜେ ୦୧ ଜିଏ-୩୩୩୮ ଗାଡିକୁ ନେଇ ଯାଉଥିବା ବେଳେ ସ୍କର୍ପିଓରେ କିଛି ଲୋକେ ତାଙ୍କ ଟ୍ରକ୍‌କୁ ପିଛା କରିଥିଲେ। ସେହି ସମୟରେ ସହିଦ ପଥରେ ପ୍ରବଳ ଜାମ ଥିଲା। ସେଥିପାଇଁ ଟ୍ରକ୍‌ ଧିରେ ଧିରେ ଚାଲିଥିଲା। ଏହାର ଫାଇଦା ନେଇ ସ୍କର୍ପିଓରେ ଥିବା ଚୋର ଚକା ବନ୍ଧା ହୋଇଥିବା ବେଲ୍ଟ କାଟି ମିରେଜ୍‌ର ଚକ୍‌ ନେଇ ଯାଇଥିଲେ।

ଘଟଣା୨୭ ନଭେମ୍ବର ରାତିରେ ଘଟିଥିଲା କିନ୍ତୁ ଏହାର ମାମଲା ଡିସେମ୍ବର ୧ ତାରିଖରେ ଥାନାରେ ଦାୟର କରାଯାଇଥିଲା। ଏହା ପରେ ପୋଲିସ ଧାରା ୩୭୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସହିଦ ପଥରେ ଲାଗିଥିବା ପ୍ରତ୍ୟେକ ସିସିଟିଭ୍‌ର ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ। ମିଳିଥିବା ସୂଚନା ଅନୁସାରେ, ମିରେଜ୍‌ ଫାଇଟର ପ୍ଲେନର ୫ଟି ଚକ୍‌ ଲକ୍ଷ୍ନୌରୁ ଆଜମେର ପଠାଯାଉଥିଲା। ସେଥିରୁ ଗୋଟିଏ ଚକ ଚୋରି ହୋଇଯାଇଛି । କଳା ସ୍କର୍ପିଓର ସନ୍ଧାନ ଶହିଦ ପଥ ଏବଂ ଏହାର ଆଖପାଖରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି ପୋଲିସ। ଖୁବଶୀଘ୍ର ଚୋରକୁ ଧରିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.