ପୂର୍ବତନ ସୋଭିଏତ୍‌ ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚେଭଙ୍କ ୯୧ ବର୍ଷରେ ପରଲୋକ

କେନ୍ୟୁଜ୍ : ପୂର୍ବତନ ସୋଭିଏତ୍‌ ରାଷ୍ଟ୍ରପତି ମିଖାଇଲ୍‌ ଗୋର୍ବାଚେଭଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ଗୋର୍ବାଚେଭଙ୍କ ସମୟରେ ସୋଭିଏତ୍‌ ୟୁନିୟନ ଭାଙ୍ଗିଥିଲା । ଫଳରେ ରୁଷ ସହ ୧୪ଟି ଅନ୍ୟ ରାଷ୍ଟ୍ରରେ ପରିଣତ ହୋଇଥିଲା । ପୂର୍ବରୁ ୟୁରୋପରେ ସୋଭିଏତ୍‌ର ପ୍ରଭାବ ରହିଥିଲା ।

୧୯୪୫ ମସିହାରୁ ବିଶ୍ୱରେ ଲାଗି ରହିଥିବା ଶୀତର ଯୁଦ୍ଧର ଅବସାନ ହୋଇଥିଲା । ପୂର୍ବ ଓ ପଶ୍ଚିମ ଜର୍ମାନୀ ଗୋଟିଏ ଜର୍ମାନୀରେ ପରିଣତ ହୋଇଥିଲା । ଗୋର୍ବାଚେଭଙ୍କ ସମୟରେ ୧୦ ବର୍ଷ ପରେ ଆଫଗାନିସ୍ତାନରୁ ସୋଭିଏତ ସୈନ୍ୟ ପ୍ରତ୍ୟାହୃତ ହୋଇଥିଲା । ନୋବେଲ ଶାନ୍ତି ପୁରସ୍କାର ସମ୍ମାନିତ ହୋଇଥିଲେ ମିଖାଇଲ୍‌ ଗୋର୍ବାଚେଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.