ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା: ଭାରତ ଓ ଆମେରିକା ବିଶ୍ବ ଶାନ୍ତି ପାଇଁ ଏକାଠି କାମ କରିବେ

ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା । ସ୍ୱାଗତ ସମ୍ବର୍ଦ୍ଧନା ପରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ଦୁଇ ଦେଶର ଶୀର୍ଷ ନେତା। ମୋଦି କହିଛନ୍ତି ସମୁଦ୍ର ଠାରୁ ମହାକାଶ ହେଉ କି ପ୍ରଚୀନ ସଂସ୍କୃତି ଠାରୁ କୃତ୍ରିମ ବୁଦ୍ଧିମତ୍ତା ହେଉ, କାନ୍ଧରେ କାନ୍ଧ ମିଳାଇ ଚାଲୁଛନ୍ତି ଭାରତ-ଆମେରିକା। ବିଶ୍ୱର ଶୃଙ୍ଖଳ ନୂଆମୋଡ଼ ନେଉଛି।

ନୂଆଦିଲ୍ଲୀ : ହ୍ଵାଇଟ୍‌ ହାଉସରେ ମୋଦି-ବାଇଡେନ୍‌ ଆଲୋଚନା । ସ୍ୱାଗତ ସମ୍ବର୍ଦ୍ଧନା ପରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି ଦୁଇ ଦେଶର ଶୀର୍ଷ ନେତା। ଉଭୟଙ୍କ ମଧ୍ୟରେ ଓ୍ଵାନ ଟୁ ଓ୍ଵାନ ଆଲୋଚନା ଚାଲିଛି। ଓଭାଲ ଅଫିସରେ ପରସ୍ପର ସହ ହାତ ମିଳାଇ ଆଲୋଚନା ଆରମ୍ଭ କରିଥିଲେ ମୋଦି-ବାଇଡେନ। ମୋଦି କହିଛନ୍ତି ସମୁଦ୍ର ଠାରୁ ମହାକାଶ ହେଉ କି ପ୍ରଚୀନ ସଂସ୍କୃତି ଠାରୁ କୃତ୍ରିମ ବୁଦ୍ଧିମତ୍ତା ହେଉ, କାନ୍ଧରେ କାନ୍ଧ ମିଳାଇ ଚାଲୁଛନ୍ତି ଭାରତ-ଆମେରିକା। ବିଶ୍ୱର ଶୃଙ୍ଖଳ ନୂଆମୋଡ଼ ନେଉଛି। ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଭାରତ ଆମେରିକା ବଦ୍ଧ ପରିକର ବୋଲି ମୋଦି କହିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଛି। ହ୍ବାଇଟ୍‌ ହାଉସ୍‌ରେ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ବାଗତ ପାଇଁ ବାଇଡେନଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସ୍ବାଗତ ସମ୍ବର୍ଧନା ଭାରତର ୧୪୦ କୋଟି ଲୋକଙ୍କ ପାଇଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗୁରୁବାର ଦିନ ହ୍ବାଇଟ୍ ହାଉସ୍‌କୁ ଯିବା ପୂର୍ବରୁ ମୋଦୀ ଆପ୍ଲାଏଡ୍ ମ୍ୟାଟେରିଆଲ୍‌ସର ଅଧ୍ୟକ୍ଷ ଓ ସିଇଓ କ୍ୟାରି ଇ ଡିକର୍ସନ, ମାଇକ୍ରନ ଟେକ୍ନୋଲୋଜିର ଅଧ୍ୟକ୍ଷ-ସିଇଓ ସଞ୍ଜୟ ମେହରୋତ୍ରା, ଜେନେରାଲ ଇଲେକ୍ଟ୍ରିକ୍‌ର ଅଧ୍ୟକ୍ଷ-ସିଇଓ ଏଚ୍ ଲରେନ୍ସ କଲ୍‌ପ ଜୁନିୟର ଏବଂ ଜେନେରାଲ ଇଲେକ୍ଟ୍ରିକ ଏରୋସ୍ପେସ୍‌ର ସିଇଓଙ୍କୁ ସାକ୍ଷାତ କରିଥିଲେ। ବୁଧବାର ୱାସିଂଟନରେ ପହଞ୍ଚିବା ପରେ ମୋଦୀ ସ୍କିଲିଂ ଫର୍ ଫ୍ୟୁଚର୍ କାର୍ଯ୍ୟକ୍ରମରେ ଯୋଗ ଦେବାରୁ ତାଙ୍କର ଦିବସ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଆଜି ଆମେରିକୀୟ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.