ରାହୁଲଙ୍କ ବୟାନ- ‘୬ମାସ ପରେ ଯୁବପିଢ଼ି ମୋଦିଙ୍କୁ ମାଡ଼ ମାରିବେ’ ! ପ୍ରତିକ୍ରିୟାରେ ମୋଦି କହିଲେ ପିଠି ମଜବୁତ କରିବି

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଅର୍ଥନୀତିରୁ ଆରମ୍ଭ କରି ପିଏମ୍‌କିଷାନ, ରାମ ଜନ୍ମଭୂମି, ନାଗରିକତା ଆଦି ପ୍ରସଙ୍ଗ ଉଠାଇଥିଲେ । ଗତକାଲି ରାହୁଲ ଗାନ୍ଧି କହିଥିଲେ, ଯେ ପର୍ଯ୍ୟନ୍ତ ଦେଶର ଯୁବପିଢି ରୋଜଗାର ପାଇବେ ନାହିଁ ସେ ପର୍ଯ୍ୟନ୍ତ ଦେଶର ବିକାଶ ହେବ ନାହିଁ। ଏହି କଥା ବୁଝାଇବାକୁ ଛଅ ମାସ ପରେ ଦେଶର ଯୁବପିଢ଼ି ପ୍ରଧାନମନ୍ତ୍ରୀ ମୋଦିଙ୍କ ପିଠିରେ ଲାଠି ମାଡ଼ କରିବେ।

narendra modi

ଆଜି ତାର ପାଲଟା ଜବାବ ଦେଇଛନ୍ତି ମୋଦି। ତାତ୍ସଲ୍ୟ କରି କହିଛନ୍ତି, ଛଅ ମାସ ଆଗରୁ ତାଙ୍କୁ ଚେତାଇ ଦେଇଛନ୍ତି କଂଗ୍ରେସ ନେତା। ଏ ସମୟ ଭିତରେ ସୂର୍ଯ୍ୟ ନମସ୍କାର ସଂଖ୍ୟା ବଢାଇ ଦେବେ। ଫଳରେ ମାଡ଼ ସହିବା ଶକ୍ତି ଆହୁରି ବୃଦ୍ଧି ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.