ଆମେରିକାରେ ଓଡ଼ିଆ କହିଲେ ପ୍ରଧାନମନ୍ତ୍ରୀ, ହାଓଡି ମୋଦି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ଓଡ଼ିଶୀ ନୃତ୍ୟର ଝଲକ୍

ଆମେରିକା: ହାଓଡି ମୋଦି କାର୍ଯ୍ୟକ୍ରମରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଭାଷା ବ୍ୟବହାର କରିଥିଲେ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲା ବେଳେ ଓଡ଼ିଆ ଭାଷାକୁ ମଧ୍ୟ ବ୍ୟବହାର କରିଥିଲେ ପ୍ରଧାନମନ୍ତ୍ରୀ । ହାଓଡି ମୋଦିର ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଆରେ କହିଥିଲେ, ଭାରତରେ ସବୁ ଭଲ ଅଛି । ଓଡ଼ିଆ ସହିତ ପଞ୍ଜାବୀ, ତେଲଗୁ, ଗୁଜରାଟୀ କନ୍ନଡ ଆଦି ଭାଷାରେ କହିଥିଲେ ମୋଦି ।

TRUPTI

ଏହାସହ ହାଓଡି ମୋଦି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ । ଦୀର୍ଘ ସମୟ ଧରି ଚାଲିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଭାରତର ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତି ପ୍ରଦର୍ଶିତ ହୋଇଥିଲା ଗୋଟିଏ ମଞ୍ଚରେ । ଏଥିରେ ସ୍ଥାନ ପାଇଥିଲା ଓଡ଼ିଶୀ ନୃତ୍ୟ । କିଛି ସମୟ ଧରି ଓଡ଼ିଶୀ ନୃତ୍ୟ ପରିବେଶିତ ହୋଇଥିଲା । ଯାହା ଉପସ୍ଥିତ ପ୍ରବାସୀ ଭାରତୀୟଙ୍କୁ ବେଶ୍‌ ମନ୍ତ୍ରମୁଗ୍ଧ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.