ହତ୍ୟାକାରୀ ମାଙ୍କଡ଼ : ବାପାକୁ ଆକ୍ରମଣ କରି ଚାରି ମାସର ଶିଶୁକୁ ତିନି ମହଲା ଛାତରୁ ଫିଙ୍ଗି ଦେଲା ମାଙ୍କଡ଼, ଶିଶୁ ମୃତ

ବାପା ପାଖରେ ପିଲାଟି ଥିବା ବେଳେ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନରେ ରହିଥାଏ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ବେଳେ ବେଳେ ଏମିତି କିଛି ଅଘଟଣ ଘଟେ, ଯାହାଦ୍ୱାରା ଆପଣ ସବୁଠାରୁ ସୁରକ୍ଷିତ ସ୍ଥାନରେ ଥିବା ସତ୍ତ୍ୱେ ମଧ୍ୟ ଜୀବନ ହାରିବାକୁ ପଡିଥାଏ। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ବରେଲୀର ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି। ଚାରି ମାସର ଶିଶୁକୁ ତିନି ମହଲା ଛାତରୁ ତଳକୁ ଫିଙ୍ଗି ଦେଇଛି ମାଙ୍କଡ଼। ଘଟଣା ସ୍ଥଳରେ ହିଁ ଛୋଟ ଶିଶୁଟିର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ବରେଲୀର ଦୁନକା ଗାଁରେ ରହୁଥିବା ଚାଷୀ ନିର୍ଦ୍ଦେଶ ଉପାଧ୍ୟାୟ ସନ୍ଧ୍ୟା ସମୟରେ ଅଧିକ ଗରମ ହେବାରୁ ଜଣେ ବାପା ନିଜ ଛୋଟ ଶିଶୁକୁ ନେଇ ଛାତ ଉପରେ ବୁଲୁଥିଲେ। ଏତିକି ବେଳେ କିଛି ମାଙ୍କଡ଼ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ମାଙ୍କଡ ଆକ୍ରମଣ କରିଥିବା ସମୟରେ ସେ ପାଟି କରି ଘଉଡାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ପାଖରୁ ଚାରି ମାସର ଛୋଟ ଶିଶୁକୁ ଛଡାଇ ନେଇ ୩ ମହଲା ଛାତ ତଳକୁ ଫିଙ୍ଗି ଦେଇଥିଲା ମାଙ୍କଡ଼। ଶବ୍ଦ ଶୁଣି ପରିବାର ଲୋକେ ଛୋଟ ପିଲାକୁ ଉଦ୍ଧାର କରିବା ପାଇଁ ଯାଇଥିବା ବେଳେ ପିଲାଟିର ମୃତ୍ୟୁ ହୋଇସାରିଥିଲା।

ଏହାପରେ ପରିବାର ଲୋକ ଯେତେବେଳେ ଛାତ ଉପରକୁ ଯାଇଥିଲେ ସେମାନଙ୍କ ଉପରେ ମଧ୍ୟ ମାଙ୍କଡ଼ମାନେ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ, ଗତ ମାସରେ ପିଲଖୁଓ୍ଵାରେ ମାଙ୍କଡ ଆକ୍ରମଣରେ ସ୍କୁଟିରେ ବସିଥିବା ଛାତ୍ର ଗାଡିରୁ ଗଳିପଡିଥିଲେ। ଆଉ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ପିଲାଟିର ମୃତ୍ୟୁ ହୋଇଥିଲା।

ଏହା ପୂର୍ବରୁ ଲକ୍ଷ୍ମୌରେ ମଧ୍ୟ ପିଟବୁଲ୍‌ ବ୍ରିଡ କୁକୁର ମାଲିକାଣୀକୁ କାମୁଡି ମାରିଥିବାର ଖବର ସାମ୍ନାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.