ଭାରତରେ ୫ କୋଟିରୁ ଊର୍ଦ୍ଧ୍ୱ ଲୋକ ବେକାର, ମହିଳାଙ୍କ ସଂଖ୍ୟା ଅଧିକ! ସାମ୍ନାକୁ ଆସିଲା CMIE ରିପୋର୍ଟ
‘Centre for Monitoring Indian Economy (CMIE)’ର ରିପୋର୍ଟ ଅନୁସାରେ, ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫୩ ନିୟୁତ ବେରୋଜଗାର ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ହେଉଛନ୍ତି ମହିଳା। CMIE କହିଛି ଯେ ୩୫ ନିୟୁତ ବେରୋଜଗାର ଲୋକ, ଯେଉଁମାନେ କି, ସକ୍ରିୟ ରୂପରେ କାମ ଖୋଜୁଛନ୍ତି। ସେଠି ୧୭ ନିୟୁତ ଲୋକ, ଯେଉଁମାନେ କାମ କରିବାକୁ ଇଚ୍ଛୁକ ଅଛନ୍ତି, ହେଲେ ସକ୍ରିୟ ଭାବରେ କାମ ଖୋଜୁ ନାହାନ୍ତି।
କେତେ ଲୋକ ବେରୋଜଗାର
CMIE ନିଜର ସାପ୍ତାହିକ ବିଶ୍ଳେଷଣ ରିପୋର୍ଟରେ କହିଛି ଯେ ଭାରତକୁ ତୁରନ୍ତ ବେରୋଜଗାରୀ ହାର ୭.୯ ପ୍ରତିଶତକୁ ହ୍ରାସ କରିବାକୁ ପଡ଼ିବ। ୩୫ ନିୟୁତ ଲୋକଙ୍କୁ ରୋଜଗାର ପ୍ରଦାନ କରିବାର ଆବଶ୍ୟକତା ରହିଛି, ଯେଉଁମାନେ ଡିସେମ୍ବର ୨୦୨୧ ସୁଦ୍ଧା ବେରୋଜଗାରୀ ହାରରେ ଅଛନ୍ତି ଏବଂ ସକ୍ରିୟ ଭାବରେ ଚାକିରି ଖୋଜୁଛନ୍ତି। ଅନ୍ୟପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହେଉଛି ଯେ ଅତିରିକ୍ତ ୧୭ ନିୟୁତ ଲୋକଙ୍କୁ ଚାକିରି ଯୋଗାଇବା, ଯେଉଁମାନେ ବେକାର ବସିଛନ୍ତି। ଯେତେବେଳେ କି, କାର୍ଯ୍ୟ ଉପଲବ୍ଧ ଥିବା ବେଳେ ସେମାନେ କାମ କରିବାକୁ ଇଚ୍ଛୁକ ଅଛନ୍ତି, ଅଥଚ ସକ୍ରିୟ ଭାବରେ କାମ ଖୋଜୁ ନାହାନ୍ତି।
ମହିଳାମାନେ କାହିଁକି କାମ ଖୋଜୁ ନାହାନ୍ତି
CMIE ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୧ ସୁଦ୍ଧା ସକ୍ରିୟ ରୂପରେ କାମ ଖୋଜୁଥିବା ୩୫ ନିୟୁତ ବେରୋଜଗାର ଲୋକଙ୍କ ମଧ୍ୟରୁ ୨୩ ପ୍ରତିଶତ ଅର୍ଥାତ୍ ୮ ମିଲିୟନ ମହିଳା ଥିଲେ। ଏଥି ସହିତ ନିଷ୍କ୍ରିୟ ରୂପରେ ବେରୋଜଗାର ୧୭ ନିୟୁତ ଲୋକଙ୍କ ମଧ୍ୟରୁ ୫୩ ପ୍ରତିଶତ ବା ୯ ନିୟୁତ ମହିଳା ଥିଲେ। ସେମାନେ କାମ କରିବାକୁ ପ୍ରସ୍ତୁତ ଥିଲେ, ହେଲେ ସକ୍ରିୟ ଭାବରେ କାମ ଖୋଜୁ ନ ଥିଲେ। ସର୍ବେକ୍ଷଣ ଅନୁସାରେ, ଅନୁସନ୍ଧାନ କରିବାର ବିଷୟ ଏହା ଯେ କାମ କରିବାକୁ ଇଚ୍ଛୁକ ମହିଳାମାନେ କାମ ପାଇଁ ସକ୍ରିୟ ଭାବେ ଆବେଦନ କାହିଁକି କରୁ ନାହାନ୍ତି? କାହିଁକି ସେମାନେ କାମ ଖୋଜୁ ନାହାନ୍ତି? ଏ ସବୁ ଚାକିରି ଉପଲବ୍ଧତାର ଅଭାବ ନା ଲେବର ଫୋର୍ସ ସହିତ ଯୋଡ଼ି ହେବା ପାଇଁ ମହିଳାମାନଙ୍କୁ ସାମାଜିକ ସମର୍ଥନର ଅଭାବ ରହିଛି?
CMIE ବିଶ୍ୱ ବ୍ୟାଙ୍କର ତଥ୍ୟକୁ ଦର୍ଶାଇ କହିଛି ଯେ ବିଶ୍ୱ ବ୍ୟାଙ୍କ ମହାମାରୀ ପ୍ରଭାବିତ ୨୦୨୦ ମସିହାରେ ବିଶ୍ୱ ନିଯୁକ୍ତି ହାର ୫୫ ପ୍ରତିଶତ ଏବଂ ୨୦୧୯ରେ ୫୮ ପ୍ରତିଶତ ରହିବାର ଆକଳନ କରିଥିଲା। ଯେତେବେଳେ କି, ଭାରତରେ ଏହା ୪୩ ପ୍ରତିଶତ ତଳ ସ୍ତରରେ ଅଛି। ଯଦିଓ CMIE ଭାରତର ନିଯୁକ୍ତି ହାର ୩୮ ପ୍ରତିଶତ ରହିବାର ଅନୁମାନ କରିଛି।