ଟପ୍‌ ମାଓନେତାଙ୍କ ନୂଆ ଠିକଣା ଟ୍ରାଇ ଜଙ୍କସନ୍‌, ବାଛିଛନ୍ତି ୩ଟି ରାଜ୍ୟ କରିଡରକୁ : ବସ୍ତର IG ସୁନ୍ଦରରାଜ ପି

ମାଲକାନଗିରି(କେନ୍ଯୁଜ୍): ଟପ୍‌ ମାଓନେତାଙ୍କ ନୂଆ ଠିକଣା ଟ୍ରାଇ ଜଙ୍କସନ୍‌ । ୩ଟି ରାଜ୍ୟ କରିଡରକୁ ବାଛିଛନ୍ତି ମାଓବାଦୀ । କେରଳ, କର୍ଣ୍ଣାଟକ ଓ ତାମିଲନାଡୁକୁ ଟ୍ରାଇ ଜଙ୍କସନ୍‌ ଭାବେ ମାଓଗଡର ନୂଆ ଠିକଣା ବାଛିଛନ୍ତି ମାଓବାଦୀ । ସୁରକ୍ଷା ଯବାନଙ୍କ ଜୋରଦାର ଅପରେସନ୍‌ ଯୋଗୁ ନିଜ ଜୀବନ ବଞ୍ଚାଇବା ଲାଗି ଅନ୍ୟ ସୁରକ୍ଷିତ ସ୍ଥାନ ବାଛୁଛନ୍ତି ମାଓବାଦୀ । ଏହି ସବୁ ଅଞ୍ଚଳ ଗୁଡିକରେ ନିଜର ଗଡ କରିବାକୁ ମାଓବାଦୀ ପ୍ରସ୍ତୁତି ଚଳାଇଛନ୍ତି । ଏହର ଦାୟିତ୍ୱ ନେଇଛନ୍ତି ଟପ୍‌ ମାଓନେତା ଗଣେଷ ଉଇକେ ।

ବସ୍ତର ଇଲାକାରେ ୨୦୨୦ ମସିହାରେ ୪୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୨୦୨୧ ମସିହାରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମାଓ ସଙ୍ଗଠନ ଦୁର୍ବଳ ହୋଇ ପଡିଛି । ମାଓବାଦୀ ଏହି ଅଞ୍ଚଳରେ ରହିବା ସୁରକ୍ଷିତ ମଣୁ ନଥିବାରୁ ପଳାୟନ ଏକମାତ୍ର ଉପାୟ ବୋଲି ବସ୍ତର IG ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.